ଭଟଲି ବ୍ଲକ ସୁକଡା ଓ ଖରସଲ ବିଦ୍ୟାଳୟ ଠାରେ ଚିତ୍ରାଙ୍କନ ପ୍ରତିଯୋଗୀତା
ବରଗଡ଼ ----ସମଗ୍ରଦେଶରେ 75 ତମ ସ୍ଵାଧୀନତା ପୁର୍ତ୍ତି ଉପଲକ୍ଷେ ମହା ଉତ୍ସାହ ଉଦ୍ଦୀପନା ର ସହ ଆଜାଦିକା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବରଗଡ଼ ଜିଲ୍ଲା ଭଟିଲି ବ୍ଳକ ଅନ୍ତର୍ଗତ ପଞ୍ଚାୟତ ବିଦ୍ୟାଳୟ ସୁକୁଡା ଓ ଖରସଲ ବିଦ୍ୟାଳୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ 130 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଆଜାଦିକା ଅମୃତ ମହୋତ୍ସବ ତଥା ହର ଘର ତ୍ରୀରଙ୍ଗା ବିଷୟ ବସ୍ତୁ ଉପରେ ନିଜର ଦୃଷ୍ଟି ଶକ୍ତି ର ଚିତ୍ରାଙ୍କନ ମାଧ୍ୟମରେ ଦର୍ଶାଇଥିଲେ । ଏହି କାର୍ଯ୍ୟକ୍ରମରେ ସୂକୁଡା ଓ ଖରସଲ ସ୍କୁଲ ର ପ୍ରଧାନ ଶିକ୍ଷକ ଓ ଅନ୍ୟ ସହକାରୀ ଶିକ୍ଷକ ମାନେ ଉପସ୍ଥିତ ରହି ଏହି ପ୍ରତିଯୋଗିତାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନେ ଉତ୍ସାହ ଏବଂ ଆନନ୍ଦ ର ସହିତ ପ୍ରତିଯୋଗିତା ରେ ଭାଗନେଇଥିଲେ। ଏହି କାର୍ଯ୍ୟକ୍ରମ କୁ ରିଲାଏସ୍ସ ଫାଉଣ୍ଡେସନ ଜିଲ୍ଲା ମୁଖ୍ୟ ସଂଯୋଜକ ଅଶୋକ ମଲ୍ଲିକ ଓ ସହ ସମ୍ପାଦକ ଶ୍ରବଣ କୁମାର ସାହୁ ଆଯୋଜନ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୮/୨୦୨୨---୩,୪୦ Sakhigopal News,14/8/2022