Breaking News

ମହାବାରେନା ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୬ ତମ ସ୍ବାଧୀନତା ଦିବସ ପାଳନ


କଟକ---   କଟକ ଜିଲ୍ଲାର ବାଙ୍କୀ ବ୍ଲକ ଅନ୍ତର୍ଗତ ମହାବାରେନା ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୬ ତମ ସ୍ବାଧୀନତା ଦିବସ ମହାଆଡମ୍ବରରେ ପାଳନ କରାଯାଇଛି । ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ,ସଙ୍ଗୀତ ,ନୃତ୍ୟ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇଥିଲା । ଏହି ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ସହ ମାନପତ୍ର ପ୍ରଦାନ କରାଯାଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ପତାକା ଉତ୍ତୋଳନ କରିବା ସହ ପିଲାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୭/୮/୨୦୨୨---୬,୧୦ Sakhigopal News,17/8/2022

Blog Archive

Popular Posts