Breaking News

ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୭୬ତମ ସ୍ୱାଧୀନତା ଦିବସ ଓ ଆଜାଦ କି ଅମୃତ ମହୋତ୍ସବ


ଡେଲାଙ୍ଗ --- ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ୭୬ତମ ସ୍ୱାଧୀନତା ଦିବସ ଓ ଆଜାଦ କି ଅମୃତ ମହୋତ୍ସବ ରେ ବିଭିନ୍ନ କାର୍ଯକ୍ରମ ପାଳନ ହୋଇଯାଇଛି । ଏହି ଅବସରରେ ଦୁଇଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପ୍ରଭାତ ଫେରି କରି ହରଘର ତ୍ରିରଙ୍ଗା ବାର୍ତ୍ତା ପ୍ରଚାର ପ୍ରସାର କରିଥିଲେ।ତତ୍ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜଳନ୍ଧର ବେହେରା ଜାତୀୟ ପତାକା ଉତ୍ତୋଳନ କରି ସ୍ଵାଧୀନତା ଦିବସ ସଂପର୍କରେ ଉଦବୋଧନ ଦେଇଥିଲେ ।ସ୍ଥାନୀୟ ସରପଞ୍ଚ ହିରନ୍ୟମୟୀ ମହାପାତ୍ର ଓ ମଣ୍ଡଳ ସହ ଶିକ୍ଷାଧିକାରୀ ଯୁଧିଷ୍ଟିର ପରିଡ଼ା,ସାଧନ କେନ୍ଦ୍ର ସଂଯୋଜକ ପବିତ୍ର ପଣ୍ଡା ପ୍ରମୁଖ ମହାପୁରୁଷ ମାନଙ୍କ ଚାରୋଟି ମୂର୍ତ୍ତି ଉନ୍ମୋଚନ କରିଥିଲେ।
ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମୋ ସ୍କୁଲ ସଭାପତି ଅସିତ୍ ମିଶ୍ର, କମିଟି ସଭାପତି ଅକ୍ରୁର ବରାଳ, ଶିକ୍ଷକ ରତ୍ନାକର ଚମ୍ପତି, ସନ୍ତୋଷ କୁମାର କୁଣ୍ଡୁ, ମିହିର କୁମାର ମିଶ୍ର,ବସନ୍ତ ପ୍ରଧାନ ସ୍ଵାଧୀନତା ଦିବସ ସମ୍ପର୍କରେ ଆଲୋକପାତ କରିଥଲେ । ଏହା ପରେପରେ ପୂର୍ବରୁ ହୋଇଯାଇଥିବା ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଗତ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଏଗାର ଜଣ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା।ଶିକ୍ଷୟିତ୍ରୀ ସବିତା ପାଢ଼ୀ,କ୍ରୀଡା ଶିକ୍ଷୟିତ୍ରୀ ନନ୍ଦିତରଣୀ,ଗୋଦାବରୀ ସ୍ୱାଇଁ ଓ ସ୍ନେହଲତା ସାହୁ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିବ ପ୍ରସାଦ ଶତପଥୀ, ଲଳିତ କୁମାର ସାହୁ ଓ ରବୀନ୍ଦ୍ର ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୮/୨୦୨୨ --୭,୦୦    Sakhigopal News,17/8/2022

Blog Archive

Popular Posts