Breaking News

ମହାପ୍ରବନ୍ଧକ ଙ୍କ ସହ ଆଲୋଚନା କଲେ ବଲାଙ୍ଗିର ସାଂସଦ ସଂଗୀତା ସିଂ ଦେଓ

                                                                 
ବଲାଙ୍ଗୀର---  ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବଡ଼ମାଲ ଗୋଳାବାରୁଦ କାରଖାନା ପ୍ରତିରକ୍ଷା ବିଭାଗରେ ପ୍ରାଇଭେଟ ସିକ୍ୟୁରୁଟି ଭାବେ କାଯ୍ୟରତ ଥିବା କର୍ମଚାରୀମାନଙ୍କୁ କାରଖାନା ତରଫରୁ ଉଛେଦ କରି ସୁରକ୍ଷା ବୋର୍ଡ କାଯ୍ୟରେ ଅବସରପ୍ରାପ୍ତ ଏକ୍ସଆର୍ମିମାନଙ୍କୁ ନିଯୁକ୍ତି କରାଯାଇଛି । ଏହାର ପ୍ରତିବାଦରେ ଆଜି  ବିଜେପି ନେତା ମହେନ୍ଦ୍ର ଠାକୁର ଙ୍କ ନେତୃତ୍ୱ ରେ ବଲାଙ୍ଗୀର ସାଂସଦ କୁମାରୀ ସଂଗୀତା ସିଂ ଦେଓ  ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ କାରଖାନା ମହାପ୍ରବନ୍ଧକଙ୍କ ସହ  ସହ ଦୀର୍ଘ 2 ଘଣ୍ଟା ଧରି ଆଲୋଚନା କରିଥିଲେ । ବୈଠକରେ କାରଖାନା ମହାପ୍ରବନ୍ଧକ ପ୍ରଦୀପ କୁମାର  ଦାଶ,ଅତିରିକ୍ତ ମହାପ୍ରବନ୍ଧକ ଓ କାରଖାନା ପ୍ରଶାସନିକ ଅଧିକାରୀ, ବର୍ଣ୍ଣି ବୁଢା  ଘରୋହୀ ସୁରକ୍ଷା କର୍ମୀ ସଙ୍ଘ  ସଭାପତି  ମାନେ ଉପସ୍ଥିତ ଥିଲେ । ଏହି ସମସ୍ୟା ନେଇ କାରଖାନା ଚେୟାରମ୍ୟାନ ଙ୍କୁ ଅବଗତ କରାଯାଇଛି  ବୋଲି କାରଖାନା ମହାପ୍ରବନ୍ଧକ ବୈଠକ ପ୍ରକାଶ କରିଥିଲେ । ପ୍ରକାଶ ଯେ, ଏହି ସଇଁତଲା ବ୍ଲକର କାଯ୍ୟରତ ଥିବା କୁଇକେଡ଼ା, ଭଦ୍ରା , ସଇଁତଲା, ଗଣ୍ଡପତ୍ରାପାଲି ଓ ଧରପଗଡ଼ ପଞ୍ଚାୟତର ଅଧିକାଂଶ ଯୁବକ ମାନେ ଏହି କାରଖାନାରେ ସିକ୍ୟୁରୁଟି ଭାବେ କାଯ୍ୟ କରି ଆସୁଛନ୍ତି । ଏହି ସିକ୍ୟୁରୁଟି ଭାବେ କାଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଗୋଳାବାରୁଦ କାରଖାନା ଉଛେଦ କରି ନୂତନ ଏକ ଡି ଜି ଅର୍  ସଂସ୍ଥାକୁ ଥାଇଥାନ କରି ଏକ୍ସଆର୍ମି ମ୍ୟାନ ମାନଙ୍କୁ କାରଖାନାରେ ସିକ୍ୟୁରୁଟି ଭାବେ ନିୟୋଜିତ କରିବା ପାଇଁ ଯୋଜନା କରୁଛି  । ଯାହାଫଳରେ ଏକ ୟୁନିୟନ ତରଫରୁ ଜରୁରୀକାଳୀନ ବୈଠକ ଆୟୋଜିତ ହୋଇଥିଲା  । କାରଖାନାର ମହାପ୍ରବନ୍ଧକ ଙ୍କୁ ଭେଟି ଦୀର୍ଘ 10 ବର୍ଷ ଧରି କାଯ୍ୟ କରିଆସୁ ଥିବା ବେଳେ ସିକ୍ୟୁରୁଟି କର୍ମଚାରୀମାନଙ୍କୁ ଉଛେଦ କରି ହଠାତ କିଭଳି ନିଷ୍ପତ୍ତି ନେଉଛନ୍ତି ତାହାକୁ ନେଇ କାରଖାନା G M ସହିତ  ଆଲୋଚନା କରାଯିବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଥିଲା । ଯଦି କାରଖାନା ଏହି ସିକ୍ୟୁରୁଟି କର୍ମଚାରୀମାନଙ୍କୁ ଉଛେଦ କରି ନୂତନ ଡିଜିଆର ସଂସ୍ଥା ନିୟୋଜିତ କରେ ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ୟୁନିୟନ  ଚେତାବନୀ ଦେଇଛନ୍ତି  । 

ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧୬/୮/୨୦୨୨---୯,୪୦ Sakhigopal News,16/8/2022

Blog Archive

Popular Posts