ବନ୍ୟାରେ ଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ନିବେଦନ କଲେ ପରିବେଶକର୍ମା; ହୃଷୀକେଶ
ଡେଲାଙ୍ଗ : ଲଘୁଚାପ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ନିଶ୍ଚିତ ବନ୍ୟା ର ଆଶଙ୍କା ଦେଖାଯାଇଛି । ହୀରାକୁଦରୁ ଚଉତିରିଶ ଗେଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ଏହି ଅବସରରେ ସବୁଜ ଡେଲାଙ୍ଗ ର ଆବାହକ ପରିବେଶପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ସ୍ଵଛ ନଳକୂପ ଜଳ ପିଇବା ଉପରେ ସଚେତନ ବାର୍ତ୍ତା ଦେଇଛନ୍ତି । ବନ୍ୟା ସମୟରେ ବିଭିନ୍ନ ରୋଗ ର ଆଶଙ୍କା ଥିବାରୁ ଶୁଦ୍ଧ ପାନୀୟ ଜଳ ପିଇ ସୁସ୍ଥ ରହିବାସହ ପରିବେଶକୁ ସ୍ୱଚ୍ଛ ରଖନ୍ତୁ । ବନ୍ୟଜଳ ଦ୍ୱାରା ଆଚ୍ଛାଦିତ ହୋଇଥିବା ନଳକୂପ ଜଳ ଦୂଷିତ ହେବାର ଆଶଙ୍କା ଥିବାରୁ ଏହା ପିଅନ୍ତୁ ନାହିଁ । ଜଳପାତ୍ର ରେ ହାଲୋଜେନ ବଟିକା ପକାଇ ପିଅନ୍ତୁ । ବନ୍ୟଜଳ ପଶିଥିବା କୂଅ, ପୋଖରୀ, ନଦୀ ଜଳକୁ ବ୍ୟବହାର କରନ୍ତୁ ନାହିଁ |ଗ୍ରାମରେ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀମାନଙ୍କ ସହାୟତା ବା ପରାମର୍ଶ ନିଅନ୍ତୁ ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୮/୨୦୨୨---୯,୪୫
Sakhigopal News --14/8/2022