ଜଟଣୀର ବିଭିନ୍ନ ସଂଗଠନ ପକ୍ଷରୁ ‘ଆଜାଦୀ କା ଅମୃତ’ ମହୋତ୍ସବ କାର୍ଯ୍ୟକ୍ରମ
ଜଟଣୀ,----: ଆଜି ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏହି ପ୍ରରିପ୍ରେକ୍ଷୀରେ ଜଟଣୀର ବିଭିନ୍ନ ସଂଗଠନ ପକ୍ଷରୁ ଏହି ଦିବସ ପାଳିତ ହୋଇଯାଇଛି । ଜଟଣୀ ବାର ଆସୋସିଏସନ ପକ୍ଷରୁ ଜେଏମଏଫସି କୋର୍ଟ ପରିସରରେ ଏହି ମହୋତ୍ସବ ପାଳିତ ହୋଇଥିଲା । କୋର୍ଟର ବିଚାରପତି ତଥା ମାଜିଷ୍ଟ୍ରେଟ ଶ୍ରୀମତି ହିତେଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଜଟଣୀ ବାର ଆସୋସିଏସନର ସଭାପତି ନିରଜଂନ ପଣ୍ଡା । ଏଥିରେ ବାର ଆସୋସିଏସନର ସମସ୍ତ ଅଧିବକ୍ତା ଉପସ୍ଥିତ ରହିଥିଲେ । ଜଟଣୀର ମୂଖ୍ୟ ବଜାର ପୋଷ୍ଟଅଫିସ ଛକ ବଜାର କମିଟି ପକ୍ଷରୁ ଆଜି ମଧ୍ୟାହ୍ନରେ ସ୍ଥାନୀୟ ମୋ ଜଟଣୀ ପାର୍କଠାରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ବଜାରକମିଟି ସଭାପତି ହେମନ୍ତ କୁମାର ସୁନ୍ଦରାୟଙ୍କ ତତ୍ୱାବଧାନରେ ବଜାରର ସମସ୍ତ ବ୍ୟବସାୟୀମାନେ ଏକତ୍ରିତ ହୋଇ ଏହି ଉତ୍ସବ ପାଳନ କରିଥିଲେ । ସେହିପରି ସ୍ଥାନୀୟ ବିକାଶନଗରସ୍ଥିତ ବିପିନୀ ବିହାରୀ ପାଠାଗାର ପରିସରରେ ଓଡିଶା ଭାଷା ସଂରକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏଡି ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବିପିନୀ ବିହାରୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଦସ୍ୟ ଓ ସଦସ୍ୟାମାନେ ଆଜାଦୀ କା ଅମୃତ ମହୋତ୍ସବ ଉପରେ ଆଧାରିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରଶ୍ମିତା ନାୟକ ସଂଯୋଜନା କରିଥିବା ବେଳେ ପ୍ରହଲାଦ ସ୍ୱାଇଁ,ରବିନ୍ଦ୍ର କୁମାର ରାଉତରାୟ, ସୁକାନ୍ତି ମହାପାତ୍ରଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସେହିକ୍ରମରେ ହାଟବଜାର ସ୍ଥିତ ଓଁ ସରସ୍ୱତି ଶିଶୁ ମନ୍ଦିରରେ ଏହି ଉତ୍ସବ ଛାତ୍ରଛାତ୍ରୀମାନଙ୍କୁ ନେଇ ଆୟୋଜିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ହିମାଶୁଂ ଶେଖର ବାରିକଙ୍କ ତତ୍ୱାବଧାନରେ ଆୟୋଜିତ ଏଡି କାର୍ଯ୍ୟକ୍ରମରେ ବିନିତା ଷଡଙ୍ଗୀ, ଶ୍ୟାମଳିନା ରାଉତ ପ୍ରମୁଖଙ୍କ ସହିତ ଅନ୍ୟମାନେ ସହଯୋଗ କରିଥିଲେ । ସେହିପରି ଜଟଣୀ ହାଟବଜାରସ୍ଥିତ ଇଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ ପକ୍ଷରୁ ଏଲ ଇଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ପାଳନ ହୋଇଥିଲା । ଏଥିରେ ଶିଶୁ ଶିଳ୍ପିମାନେ ଯୋଗଦେଇଥିଲେ । ସେହିପରି ସ୍ଥାନୀୟ ରାଣୀପୁରଠାରେ ବାପା ମା’ ସେବାଶ୍ରମ ପରିସରରେ ଅନ୍ତେବାସୀମାନଙ୍କୁ ନେଇ ଏହି ଅମୃତ କା ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେବାଶ୍ରମର ସଭାପତି ଗୈାତମ ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ସମ୍ପାଦିକା ଜ୍ୟୋତି ମହାରଣା,ମାନବଧୀକାର କର୍ମି ବାସୁଦେବ ସେଠୀ ଓ ହବିବୁର ରେହେମାନଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଜଟଣୀର ବିଭିନ୍ନ ରାଜନୈତିକ ସଂଗଠନ ପକ୍ଷରୁ ଏହି ଦିବସ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧୪/୮/୨୦୨୨---୧୦,୧୦
Sakhigopal News, 14/8/2022