Breaking News

ଲଗାଣ ବର୍ଷାରେ ପରିବାର ଜଳମଗ୍ନ




ଓଡ଼ଗାଁ:- ଲଗାଣ ବର୍ଷାରେ ଓଡ଼ଗାଁ ବ୍ଳକ ରେ ବର୍ଷାରେ ସ୍ଥିତି ବେହାଲ ହୋଇପଡିଛି।  ଓଡ଼ଗାଁ ବ୍ଳକ ଅଧ୍ଯକ୍ଷ ଲୋକନାଥ ସାହୁଙ୍କ ଗାଁ ପାଣ୍ଡେରିପଡା ପଞ୍ଚାୟତ ଅନ୍ତର୍ଗତ ମଦନପୁର ଗ୍ରାମର ପିଅନ ସାହି ରେ ବର୍ଷା ପାଣି ନିଷ୍କାସନ ନ ହୋଇ ପାରି ଲହରୀ ମାରୁଥିବା ଦେଖାଯାଇଛି। ସେହି ସାହିର ଗୋଲା ବେହେରାଙ୍କ ଘରେ ଆଣ୍ଠୁଏ ପାଣି ପଶି ପରିବାର ହନ୍ତସନ୍ତ ହେଉଥିବା ଦେଖାଯାଇଛି। 
                 ମୋ ଗାଁ ମୋ ବିକାଶ ଯୋଜନାରେ ବାର୍ଷିକ ୨୦ହଜାରରୁ ଉର୍ଦ୍ଧ୍ବ ଟଙ୍କା କେବଳ ଗାଁର ବିକାଶ ପାଇଁ ଏବଂ ରାସ୍ତା ପାର୍ଶ୍ୱ ଡ୍ରେନ୍ ନିର୍ମାଣ ପାଇଁ ଆସୁଛି। କିନ୍ତୁ ଏହାର ବିପରୀତ ଦ୍ରୁଶ୍ଶ୍ୟ ଉକ୍ତ ଗାଁ ରେ ଦେଖିବାକୁ ମିଳୁଛି। ଏଠାରେ ପ୍ରଶ୍ନ ଉଠୁଛି ମୋ ଗାଁ ମୋ ବିକାଶ ପାଇଁ ଆସୁଥିବା ଟଙ୍କା  ଯାଉଛି କୁଆଡେ? ।
                   ତେଣୁ ଉକ୍ତ ସାହିକୁ ଡ୍ରେନ୍ ବ୍ୟବସ୍ଥା କରିବା ସହ ଜଳ ବନ୍ଦୀ ପରିବାରକୁ ଯୁଦ୍ଧକାଳୀନ ମଧ୍ୟରେ ସହାୟତା ପାଇଁ ଦାବି ହେଉଛି।
ଓଡ଼ଗାଁରୁ ଦିଲ୍ଲୀପ କୁମାର ବିଶୋଇ ଙ୍କ ରିପୋର୍ଟ,୧୪/୮/୨୦୨୨----୪,୧୦ Sakhigopal News,14/8/2022

Blog Archive

Popular Posts