Breaking News

ଲଗାଣବର୍ଷାରେ ପଲିଥିିନି ତଳେ ଥିବା ପରିବାର ଏବେ ଉପାସରେ କାଳତିପାତ କରୁଛନ୍ତି



 ସାକ୍ଷୀଗୋପାଳ---- ଦେଶ ସ୍ୱାଧୀନତାର ୭୫ ବର୍ଷ ପୂତ୍ତି ପାଳନ କରୁଥିବା ବେଳେ ଏବେ ବି ଲୋକଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡିଏ ଘର ନାହିଁ । ଅନ୍ୟ ପକ୍ଷେ ରାଜ୍ୟ ଓ କେନ୍ଦ୍ର ସରକାର ଅମୃତ ମହୋତ୍ସବ ଅତି ଧୁମଧାମରେ ପାଳନ କରାଯାଉଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଅନେକ ଗ୍ରାମ ପଞ୍ଚାୟତରେ ଏବେବି ଲୋକମାନେ ମୁଣ୍ଡ ଗୁଞ୍ଜିବାକୁ ପକାକ ଘର ଖଣ୍ଡିଏ ନାହିଁ । ସେମାନେ ଆଜକୁ ୪ବର୍ଷ ହେବ ଫନି ବାତ୍ୟା ପରଠାରୁ ପଲିଥିନି ତଳେ ରହୁଛନ୍ତି । ସେ ସମୟରେ ପକୃତ ହିତାଧିକାରୀ ମାନଙ୍କୁ ଅଣଦେଖା କରି ଯେଉଁମାନେ ରାଜନୈତିକ ନେତାଙ୍କ ହାତ ବାରିସ ଓ ପକେଟପୁଜା କରି ପାରିଲେ ସେମାନେ ଘର ଗୋଟିଏ ନୁହେଁ ଗୋଟିଏ ଗୋଟିଏ ପରିବାର ଦୁଇ ଦୁଇଟା ଘର ଓ ଘରଭଙ୍ଗା ଅର୍ଥ ପାଇବାରେ ସକ୍ଷମ ହୋଇଛନ୍ତି । ଏପରିକି ଦୁଇମହଳା କୋଠା ଘର ଥିବା ପରିବାର ଚାଳ ଘର ଦେଖାଇ ଏହି ଅର୍ଥ ପାଇବାରେ ସକ୍ଷମ ହୋଇଛନ୍ତି । ସେ ସମୟର ଅଧିକାରୀ ମାନେଭଲ କାମ କରିଥିବାରୁ ସେମାନଙ୍କୁ ଉଚ୍ଚ ପଦବୀ ମିଳିଛି । ପକୃତ ପକ୍ଷେ ଗ୍ରାମ ଗଣ୍ଡାରେ ଗରିବ ଅସହାୟ ପରିବାର ଗୁଡିକ ଏବେବି ସେହି ଅଧାଭଙ୍ଗା ଘର ଓ ପଲିଥିନି ତଳେ ରହିଛନ୍ତି । ସେମାନଙ୍କ ଉପରେ ଦାଉ ସାଜିଛି ଲଘୁଚାପ ଜନିତ ବର୍ଷା । ଲଗାଣ ବର୍ଷା ଯୋଗୁ ପଲିଥିନି ରୁ ପାଣି ଗଲୁଛି । ରୋଷୋଇ କରି ଖାଇବା ପାଇଁ ସେମାନଙ୍କ ପାଖରେ ଏବେ ଶୁଖିଲା କାଠ ନାହିଁ । ସତ୍ୟବାଦୀ ବ୍ଳକର ବଳପୁର ପଞ୍ଚାୟତର ପଣ୍ଡାସାହିର ରମାମଣି ସାହୁ କହନ୍ତି ୪ ବର୍ଷ ହୋଇଗଲା ଘର ଖଣ୍ଡେ ପାଇବି ବୋଲି ଆଶା କରି ପଲିଥିନି ତଳେ ରହିଛି । ବାବୁ ଓ ନେତା ମାନେ ଆସୁଛନ୍ତି ଏଥର ନିଶ୍ଚିତ ତମକୁ ଘର ମିଳିବ ବୋଲି କହିଯାଉଛନ୍ତି । ଘର ଆମ ବଦଳରେ ଥିଲା ବାଲା ଛାତ ଘର ପରିବାରଙ୍କୁ ମିଳୁଛି । ସେମାନେ ଛାତ ଉପରେ ଛାତ ପକାଇ ଚାଲିଛନ୍ତି । ଆମେ ସେହିପରି ପଲିଥିନି ତଳେ ରହିଛୁ ବୋଲି କହନ୍ତି । ଏହି ପରି ସତ୍ୟବାଦୀ ବ୍ଳକରେ ବହୁ ରାମମଣି ରହିଯାଇଛନ୍ତି । ସେମାନଙ୍କ ପାଇଁ ଅମୃତ ମହୋତ୍ସବ ତୁଛ ହୋଇପଡିଛି । ତୁରନ୍ତ ପୁରୀ ଜିଲ୍ଲାପାଳ ଏହିପରି ରାମମଣି ଭଳି ପରିବାରଙ୍କୁ ଘର  ଯୋଗାଇ ଦେଲେ ସେମାନଙ୍କ ପାଇଁ ଅମୃତ ମହୋତ୍ସବ ପାଳନର ଯର୍ଥାଥ ରହିବ ବୋଲି ବୁଦ୍ଧିଜୀବୀ ମାନେ ଆଲେଚନା କରୁଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୮/୨୦୨୨---୧୦,୨୦   Sakhigopal News, 14/8/2022

Blog Archive

Popular Posts