ମୃତ୍ୟୁ ର ୧୦ ଦିନ ପୂର୍ବରୁ ସାର୍ଟିଫିକେଟ ଇସ୍ୟୁ
ନୟାଗଡ଼---- ମୃତ୍ୟୁ ର ୧୦ ଦିନ ପୂର୍ବରୁ ମୃତ୍ୟୁ ସାର୍ଟିଫିକେଟ ନୟାଗଡ଼ ଜିଲ୍ଲା ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରଦାନ କରାଯାଇଛି। ପୁଣି ଭିନ୍ନ ଭିନ୍ନ ବର୍ଷରେ ମୃତ୍ୟୁ ହୋଇଥିବା ୪ ମୃତକଙ୍କୁ ଗୋଟିଏ ଦିନରେ ମୃତ ଦର୍ଶାଯାଇ ମୃତ୍ୟୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଯେଉଁଥିରେ ୪ମୃତକଙ୍କ ପଞ୍ଜିକୃତ ସଂଖ୍ୟା ସମାନ ରହିଛି। ଖଣ୍ଡପଡା ସବରେଜେଷ୍ଟ୍ରି ଅଫିସରେ ଜମି ରେଜେଷ୍ଟ୍ରି ପରେ ଏପରି ଗୁମର ଖୋଲିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ଏହି ଘଟଣା ପରେ ସନ୍ଦେହ ଘେରକୁ ଟାଣି ହୋଇ ଯାଇଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ର ଓ ତହସିଲ କର୍ତ୍ତୃପକ୍ଷ। ଏହି ଦୁର୍ନୀତିର ତଦନ୍ତ ପାଇଁ ବସନ୍ତ କୁମାର ମଳିକ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକ ନୟାଗଡ଼ ଜିଲ୍ଲାପାଳ, ଫତେଗଡ ଥାନା, ନୟାଗଡ଼ ଏସ୍ପି, ଖଣ୍ଡପଡା ଏସ୍ଡିପିଓ , ଭାପୁର ଗୋଷ୍ଠୀ ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ମେଡିକାଲ ଅଫିସର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ( ସିଡ଼ିଏମଓ) ଙ୍କୁ ଅବଗତ କରାଇ ତଦନ୍ତ ପାଇଁ ନିବେଦନ କରିଛନ୍ତି। ଅନ୍ୟପକ୍ଷେ ଜାଲ କାଗଜାତରେ ରେଜେଷ୍ଟ୍ରି ହୋଇଥିବା ଜମିର ରେଜେଷ୍ଟ୍ରି କୁ ପ୍ରତ୍ୟାହାର କରିବାକୁ ଅନୁରୂପ ନିବେଦନ କରିଛନ୍ତି।
ଗୋଳାପୋଖରୀ ର ଅବସରପ୍ରାପ୍ତ ଶିକ୍ଷକ ମଳିକଙ୍କ ଅଭିଯୋଗ ଅନୁସାରେ ନିହଳପ୍ରସାଦ ଗାଁ ର ଦିଗମ୍ବର ସ୍ବାଇଁଙ୍କ ୮୦ ଡିସିମିଲ ଜମି ଅଛି। ଦିଗମ୍ବରଙ୍କ ମୃତ୍ୟୁ ହୋଇସାରିଛି। ତାଙ୍କର ୪ ପୁଅ ପାଣ୍ଡବ, ପଞ୍ଚୁ, ଝରି , ମକରା ମଧ୍ୟ ଅନୁରୂପ ଭାବେ ମୃତ୍ୟୁ ହୋଇଛି। ସେହିପରି ମକରା ସ୍ବାଇଁ ଙ୍କ ୨ ପୁଅ ରାମ ଓ ଗିରିଧାରୀଙ୍କ ମୃତ୍ୟୁ ହୋଇସାରିଛି। ମୃତକମାନେ ଭିନ୍ନ ଭିନ୍ନ ବର୍ଷରେ ପ୍ରାଣ ହରାଇଛନ୍ତି। ତେବେ ନିହଲ ପ୍ରସାଦ ର ଗିରିଧାରୀ ସ୍ବାଇଁଙ୍କ ସ୍ତ୍ରୀ ସଂଜୁଙ୍କ ଠାରୁ ଖାତା ନ°,୯୮,ପ୍ଲଟ ନ° ୩୩୫ ରୁ ୮ ଓ ୧୧ ଦୁଇଟି ପ୍ଲଟ କିଣିବାକୁ ୬୦ ହଜାର ଟଙ୍କା ଦେଇଥିଲେ। ମୃତକଙ୍କ ମୃତ୍ୟୁ ସାର୍ଟିଫିକେଟ ଓ ଲିଗାଇ ହାୟାର ସାର୍ଟିଫିକେଟ ବାହାରି ନ ପାରିବା ଓ କୋରୋନା କଟକଣା ଯୋଗୁଁ ଜମି ରେଜେଷ୍ଟ୍ରି ହୋଇ ପାରିଲାନି।କିନ୍ତୁ ଜମି ମାଲିକଙ୍କ ସହ ଏଗ୍ରିମେଣ୍ଟ କରି ଜମିକୁ ଦଖଲରେ ରଖିଛନ୍ତି। ଏଭଳିସ୍ତଳେ ଭୁବନେଶ୍ୱର ର ଏକ ବିଲଡର ମୋ ଜମି ସହ ୮୦ ଏକର ଜମି କିଣି ନେଇଥିବା ଜାଣିବାକୁ ପାଇଥିଲେ। ଖଣ୍ଡପଡା ସବରେଜିଷ୍ଟ୍ରାର ଅଫିସରୁ ୨୦୨୨ ଜୁନ ୮ରେ ରେକର୍ଡ ଆଣିଲା ପରେ ମୃତକଙ୍କ ସାର୍ଟିଫିକେଟ ରେ ଜାଲିଆତି କରି ଜମି ବିକ୍ରି ହୋଇଥିବା ଗୁମର ଫିଟିଲା । ଜମି ମାଲିକ ଦିଗମ୍ବର ସ୍ବାଇଁଙ୍କ ୩ ପୁଅ ପାଣ୍ଡବ , ପଞ୍ଚୁ, ମକରା ଓ ନାତି ଗିରିଧାରୀ ଙ୍କ ମୃତ୍ୟୁ କୁ ୫|୫|୨୦୨୦ ଦର୍ଶାଯାଇଛି। ଅକ୍ଷରରେ ମୃତ୍ୟୁ ସଂଖ୍ୟା ୬ ଜୁଲାଇ ୨୦୦୩ ରହିଛି। ପୁଣି ପଞ୍ଜିକରଣ ସଂଖ୍ୟା ୪ ଜଣଙ୍କର ୩୨୧/୨୦୨୦ ଦର୍ଶାଯାଇଛି। ଇସ୍ୟୁ ୧୮|୫|୨୦୨୦ ଦର୍ଶାଯାଇଛି। ସେହିଭଳି ଜମି ମାଲିକଙ୍କ ପୁଅ ଝରୀଙ୍କ ମୃତ୍ୟୁ ୨୮|୫|୨୦୨୦ ଦର୍ଶାଯାଉଥିବା ବେଳେ ମୃତ୍ୟୁ ସାର୍ଟିଫିକେଟ ଇସ୍ୟୁ ୧୮|୫|୨୦୨୦ ରହିଛି। ଏହାର ଅର୍ଥ ଝରି ମୃତ୍ୟୁ ର ୧୦ ଦିନ ପୂର୍ବରୁ ମୃତ୍ୟୁ ସାର୍ଟିଫିକେଟ ବାହାର କରା ଯାଇଛି। ସେହିପରି ଲିଗାଇ ହାୟାର ସାର୍ଟିଫିକେଟ ରେ ଜାଲିଆତି ହୋଇଛି। ଏହାର ତଦନ୍ତ ପାଈଁ ନିବେଦନ କରାଯାଇଛି । ଏହି ତଦନ୍ତ ସଠିକ କରାଗଲେ ବହୁ କଥା ବାହାରକୁ ଆସିପାରନ୍ତା ବୋଲି ଜଣସାଧାରଣରେ ଆଲୋଚନା ହେଉଛି। ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୪/୮/୨୦୨୨--- ୩,୪୫
Sakhigopal News,14/8/2022