Breaking News

ବେଆଇନ ବାଲି ଚାଲାଣ , ପ୍ରଶାସନ ନୀରବଦ୍ରଷ୍ଟା

Illegal sand mining, administration is silent.


କଟକ---- କଟକ ଜିଲ୍ଲାର ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ବର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ । ଯେଉଁ ଠାରେ ବିଦ୍ଯମାନ କରିଛନ୍ତି ପ୍ରଭୁ ରାମନାଥ, ବୈଦ୍ୟନାଥ ଓ ସିଂହନାଥ । ଯାହାଙ୍କ ପାଇଁ ସେ ସ୍ଥାନକୁ ତ୍ରୀକୂଟ ଧାମ ବୋଲି କୁହାଯାଉଛି । ଏଠାକୁ ପ୍ରତିଦିନ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଶହଶହ ଭକ୍ତ ଆସୁଛନ୍ତି । ଟି-ସେତୁ ସଯୋଗିକରଣ ପରେପରେ ଏଠାରେ  ପ୍ରତିଦିନ ହଜାର ହଜାର ଦର୍ଶକ ପ୍ରଭୂଙ୍କୁ ଦର୍ଶନ କରିବା ପାଇଁ ଓ ବଣଭୋଜି ପାଇଁ ଆସୁଛନ୍ତି । ଏହି ତିନି ଠାକୁରଙ୍କ ମଧ୍ୟରୁ ଗୋଟିଏ ମନ୍ଦିର ଦେଇ ବାଲି ଘାଟ ଖୋଲିଛି । ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ଗାଡ଼ିରେ ଯେତିକି ପରିମାଣରେ ବାଲି ପରିବହନ କରିବା କଥା, ତାଠାରୁ ଯଥେଷ୍ଟ ଅଧିକ ପରିମାଣରେ ବଡ ବଡ ହାଇଓ୍ବା ରେ ବାଲି ଚାଲାଣ କରାଯାଉଛି । ଯାହା ଫଳରେ ସରକାର ହରାଉଛନ୍ତି ରାଜସ୍ବ ।ଲୋକମାନେ ଭୋଗୁଛନ୍ତି ନାହିଁ ନଥିବା ଦୁର୍ଦ୍ଦଶା । ବଡ ବଡ ହାଇଓ୍ବା ରେ ଓଭର ଲୋଡିଙ୍ଗ ଯୋଗୁଁ ରାସ୍ତା ସାରା ବଡ ବଡ ଖାଲ ସୃଷ୍ଟି ହେବା ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ସହ ଦୁର୍ଘଟଣାର ଶିକାର ହେଉଛନ୍ତି । ବାଲିଗାଡିକୁ ପାଲ ଘୋଡେଇ ନେବାର ନିଯମ ଥିଲେ ମଧ୍ୟ , ତାହାକୁ ଗାଡି ଚାଳକ ମାନେ ମାନୁନାହାନ୍ତି । ଫଳରେ ଗାଡିରୁ ବାଲି ଉଡି ଛୋଟ ଛୋଟ ଗାଡି ଚାଳକ ମାନେ ଦୁର୍ଘଟଣାର ଶୀକାର ହେଉଛନ୍ତି । ଏସବୁ ଅସୁବିଧା ହେଉଛି ପ୍ରଶାସନର ନୀରବତା ପାଇଁ । ପ୍ରସାଶନ ତରଫରୁ କୌଣସି ଯାଞ୍ଚ ବ୍ୟବସ୍ଥା ନାହିଁ । ବୈଦେଶ୍ବର ଆର.ଆଇ ଓ ବାଙ୍କୀ ତହସିଲଦାର ନୀରବଦ୍ରଷ୍ଟା ସାଜିଛନ୍ତି । ଜନସାଧାରଣ ଦାବି କରିଛନ୍ତି ତୁରନ୍ତ ଏହାର ତଦନ୍ତ କରି ବେଆଇନ କାର୍ଯ୍ୟ କରୁଥିବା ବାଲିମାଫିଆ ଓ ଗାଡି ଚାଳକ ଙ୍କ ପ୍ରତି ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । 
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୨/୮/୨୦୨୨----୧୦,୪୦ 
 Sakhigopal News,12/8/2022

Blog Archive