ବରକେରାରେ ଆନ୍ତର୍ଜାତିୟ ହାତୀ ଦିବସ ପାଳିତ
International Elephant Day celebrated in Barkera
ଡେଲାଙ୍ଗ--- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ପରିବେଶ କର୍ମି ମିଟୁ କିଶୋର ପ୍ରଧାନଙ୍କ ଦ୍ବାରା ଆନ୍ତର୍ଜାତିୟ ହାତୀ ଦିବସ ପାଳିତ ହୋଇଯାଇଛି। ଏଥିପାଇଁ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦିପ କୁମାର ସେଠୀ। ଉକ୍ତ ସଭାରେ ଶିକ୍ଷକ ମିଟୁ କିଶୋର ପ୍ରଧାନ, ବିରଞ୍ଚି ନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ଶିକ୍ଷୟିତ୍ରୀ ମଞୁଲତା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ପବିତ୍ର ମୋହନ ପରିଡା ଓ ଛାତ୍ର ଛାତ୍ର ଯୋଗ ଦେଇଥିଲେ। ଜଙ୍ଗଲ କ୍ଷୟ ଯୋଗୁଁ ହାତୀ କିଭଳି ଗାଁ ମୁହାଁ ହେଉଛନ୍ତି ଓ ଖଳ ଲୋକମାନେ କିଭଳି ହାତୀ ଶିକାର କରୁଛନ୍ତି ତାହା ଉପରେ ବକ୍ତାମାନେ ଆଲୋକପାତ କରିବା ସହିତ ଅଧିକ ଜଙ୍ଗଲ ସୃଷ୍ଟି କରିବା ଓ ହାତୀ ଶିକାର କିଭଳି ବନ୍ଦ ହୋଇ ପାରିବ ସେଥିପ୍ରତି ସଜାଗ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପରିବେଶ କର୍ମି ମିଟୁ କିଶୋର ପ୍ରଧାନ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଯୁବବର୍ଗଙ୍କୁ ଆହ୍ଵାନ ଦେଇଥିଲେ। ସର୍ବଶେଷରେ ଶିକ୍ଷକ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୮/୨୦୨୨---୧୦,୫୦ Sakhigopal News,12/8/2022