ନିଷ୍ଠା ପରିବାର ତରଫରୁ ଶବ ସତ୍କାର
ବରଗଡ଼ ----ଦୀର୍ଘ ଅଢେଇ ମାସ ଧରି ବରଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉ ଥିଲେ ବିନୋଦ ଓରାମ। ନିଷ୍ଠା ପରିବାର ତରଫ ରୁ ତାଙ୍କ ସେବା ଯତ୍ନ କରାଯାଇଥିଲା। ତାଙ୍କର କେହି ନ ଥିବେ ଭାବିଥିଲେ ନିଷ୍ଠା ଅନୁଷ୍ଠାନ । ପରେ ବୁଝା ବୁଝି କଲା ପରେ ଜଣାପଡ଼ିଥିଲା ଯେ ତାଙ୍କର ତିନି ଜଣ ଭାଇ ଅଛନ୍ତି । ସନ୍ତୋଷ ଓରାମ, ମଙ୍ଗରା ଓରାମ, ବିର୍ସା ଓରାମ,ଘର ରେଲୱେ ଷ୍ଟେସନ, ବରଗଡ଼। ଅନେକ ଥର ଖବର ବି ଦେଲୁ କିନ୍ତୁ ଦୁଃଖର କଥା ଥରେ ବି ଭାଇ କୁ ଦେଖିବା ପାଇଁ ଆସିଲେନି ଭାଇ ମାନେ ।ତାପରେ ନିଷ୍ଠା ପରିବାର ତରଫରୁ ତାଙ୍କୁ ଦୁଇ ୟୁନିଟ୍ ରକ୍ତ ମଧ୍ୟ ଦିଆ ଯାଇଥିଲା । ସେ ପୁରା ଶଯ୍ୟାଶାୟୀ ଥିଲେ, ଦୀର୍ଘ ଅଢେଇ ମାସ ଧରି ଡାକ୍ତର ମାନେ ଚିକିତ୍ସା କଲା ପରେ ମଧ୍ୟ ତାଙ୍କ ଅବସ୍ଥା ରେ ଉନ୍ନତି ହୋଇ ନ ଥିଲା । ଏବଂ ଡାକ୍ତର ତାଙ୍କୁ ବୁର୍ଲା କୁ ରେଫର କରି ଥିଲେ। ରେଫର୍ ପରେ ଆମେ ପୁଣି ତାଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ସେମାନେ ଫୋନ ଉଠାଇ ନ ଥିଲେ। ରେଲୱେ ଷ୍ଟେସନ ର ଶୁଶିଲ ସାହୁ ଙ୍କ ଜରିଆରେ ତାଙ୍କ ସହ ଯୋଗାଯୋଗ ହେଲା ।ବିନୋଦ ଓରାମ ଙ୍କ ସ୍ବାସ୍ଥ୍ୟ ସମସ୍ୟା ଅତ୍ୟନ୍ତ ଜଟିଳ ଅଛି ପରିବାର ରୁ ଜଣେ ବୁର୍ଲା ଯିବା ପାଇଁ ପଡିବ ଆପଣ ମାନେ ଅତି ଶିଘ୍ର ଆସନ୍ତୁ ବୋଲି କହିଲୁ।ଆମେ ଘଣ୍ଟେ ଭିତରେ ଯାଉଛୁ କହି ଆସିଲେନି ପରିବାର ବର୍ଗ । ଶେଷ ରେ ମୃତ୍ୟୁ ସହ ସଂଗ୍ରାମ କରି ହାରି ଗଲେ ବିନୋଦ ଓରାମ ଓ ଶେଷ ନିଶ୍ବାସ ତ୍ୟାଗ କଲେ। କିନ୍ତୁ ଦୁଃଖର କଥା ଶବ ବି ନେଲେ ନାହିଁ ପରିବାର ଲୋକେ । ତାଙ୍କ ଉପସ୍ଥିତି ରେ ଓ ପଡାର ଯୁବକ ମାନଙ୍କ ଉପସ୍ଥିତିରେ ସସମ୍ମାନେ ଶବ ସତ୍କାର କଲା ନିଷ୍ଠା ପରିବାର।ଏହି ମହତ୍ କାର୍ଯ୍ୟକ୍ରମ ରେ ନିଷ୍ଠା ପରିବାର ର ଶ୍ୟାମ ସୁନ୍ଦର ସାହୁ, ବିଦ୍ୟାଧର ଭୋଇ ଓ ଜୟନ୍ତ ପ୍ରଧାନ,କ୍ଷୀର ବନଛୋର ପ୍ରମୁଖ ଉପସ୍ଥିତ ଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୮/୨୦୨୨/ ୫,୪୦ Sakhigopal News,13/8/2022