Breaking News

ପୂର୍ବ ଶ୍ରତୃତାକୁ ନେଇ ଗୃହ ଦାହ; ୬ ପରିବାରର ୯ ବଖରା ଘର ଜଳିଗଲା, ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ

Burn the house with the previous obedience; 9-room houses of 6 families were burnt, properties worth lakhs of rupees were burnt to ashes.


ବଳଙ୍ଗା--- ବଳଙ୍ଗା ଥାନା ଅନ୍ତର୍ଗତ ସରସ୍ୱତୀପୁର ପଞ୍ଚାୟତର ବାଲିଉପର ଗ୍ରାମରେ ପୂର୍ବ ଶ୍ରତୃତାକୁ ନେଇ୬ ପରିବାରର ୯ ବଖରା ଘର ପୋଡି ପାଉଁଶ ହେବା ସହିତ ଲକ୍ଷାଧିକ ଟଙ୍କା ଧନ ସମ୍ପତି ପୋଡି ପାଉଁଶ ହୋଇଯାଇଛି। ନକୁଳ ସ୍ୱାଇଁ-୨ ବଖରା, ଗଦାଧର ସ୍ୱାଇଁ- -୨, ସୁରଥ ସ୍ୱାଇଁ-୩,ସୋବନି ସ୍ୱାଇଁ. ଭୋବନି ସ୍ୱାଇଁ,ସହଦେବ ସ୍ୱାଇଁଙ୍କର ୧ ବଖରା ଲେଖାଁଏ ଘର ପୋଡି ଯାଇଛି । ଖବର ପାଇ ପିପିଲି, ନିମାପଡ଼ା ଓ ସାକ୍ଷୀଗୋପାଳ ରୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆାଁକୁ ଆୟତ୍ତ କରିଥିଲେ । ନକୁଳ ସ୍ୱାଇଁଙ୍କ ପନ୍ତ୍ରୀ ରେଣୁକା ବଳଙ୍ଗା ପୋଲିସରେ ପୂର୍ବ ଶ୍ରତୃତାରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଅଭିଯୋଗ କରିଛନ୍ତି । ଉତ୍ତେଜନାକୁ ଲକ୍ଷ୍ୟ କରି ଗ୍ରାମରେ ପୋଲିସ ମୃତ୍ୟୁୟନ କରାଯାଇଛି । ସ୍ଥାନୀୟ ବିଧାୟକ ରୁଦ୍ର  ପ୍ରତାପ ମହାରଥୀ ଓ ବିଜେପିର ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।  ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରଖାଯିବାସହ ଉକ୍ତ ଗ୍ରାମ ଉପରେ ତୀକ୍ଷ୍ମ ନଜର ରଖାଯାଇଛି ବୋଲି ଏସଡିପିଓ ଦେବଦତ୍ତ ବରାଳଙ୍କ ଠାରୁ ସୁଚନାମିଳିଛି ।  ଆରଆଇ ପ୍ରାଥମିକ କ୍ଷୟକ୍ଷତି ତଦନ୍ତ କରିଛନ୍ତି । ସ୍ଥାନୀୟ ସରପଞ୍ଚ ସିଲି ଜେନା ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସହାୟତା ପ୍ରଦାନ କରିଥିବାର ଜଣାପଡିଛି ।

ବଳଙ୍ଗାରୁ ମନୋଜ ପ୍ରଧାନ ୧/୮/୨୦୨୨----୮,୪୦   

 Sakhigopal News, 1/8/2022

Blog Archive

Popular Posts