Breaking News

ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ , ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର

Attempted suicide, shifted to Brahmapur in critical condition.

ଭଞ୍ଜନଗର -  ଧାରୁଆ ଅସ୍ତ୍ରରେ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଗାଲେରି ଫାଣ୍ଡି ଅନ୍ତର୍ଗତ ଜଡାହାଟୁଣୀ ଗ୍ରାମର ବିଦୁର ଗୈାଡ । ସେ ବେଲଗୁଣ୍ଠା ରେ ଏକ ଦୋକାନରେ ରହି କାମ କରୁଥିଲେ । ତେବେ ନିଜେ ରହୁଥିବା ଘରେ ଏଭଳି ଘଟଣା ଘଟାଇଥିବା କୁହାଯାଉଛି । ଖବରପାଇ ବେଲଗୁଣ୍ଠା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି  ବିଦୁରକୁ ଗୁରୁତର ଆହତ ଅବସ୍ଥାରେ ଉଧାର କରି ଭଂଜନଗର ମେଡିକାଲ କୁ ପଠାଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ , ଆହତଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଘଟଣାର କାରଣ ଅସ୍ପଷ୍ଟ ଥିବାରୁ  ପୋଲିସ ଏହାର ଅନୁସନ୍ଧାନ ଜାରି ରଖିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୮/୨୦୨୨---୮,୪୦   Sakhigopal News,1/8/2022

Blog Archive

Popular Posts