କାନ୍ଥ ପଡି ବୁଦ୍ଧଙ୍କ ମୃତ୍ୟୁ
Buddha dies after falling on wall.
ଭଞ୍ଜନଗର -- ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ସରସ୍ବତୀ ଶିଶୁ ମନ୍ଧିର ପାର୍ଶ୍ଵରେ ରହୁଥିବା ଅସହାୟ ବୁଦ୍ଧଙ୍କ ଉପରେ କାନ୍ଥପଡି ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଜୟ ନାଇକ (୬୫) । ଖବର ନେବାରେ ଜଣାପଡିଛି ଯେ ବୁଧବାର ଅପରାହ୍ନ ସମୟରେ ବଜ୍ରପାତ ସହ ବର୍ଷା ହେଇଥିଲା । ସେହି ସମୟରେ ଜୟ ଘର ବାରଣ୍ଡାରେ ବସିଥିବା ବେଳେ ହଠାତ୍ ବ୍ରଜ୍ରାଘାତ ଓ ପବନ ରେ ତାଙ୍କ ଘରର କାନ୍ଥ ପଡ଼ିଯାଇଥିଲା । ଜୟ ଗୁରୁତର ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବା ବେଳେ ସ୍ଥାନୀୟ କିଛି ସେଛାସେବୀ ଏବଂ ସାହିବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ଜୟକୁ ଗୁରୁତର ଅବସ୍ଥାରେ ଉଧାର କରିଥିଲେ । ୧୦୮ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭତ୍ତି କରିଥିଲେ । ସେଠାରେ ଡାକ୍ତର ଜୟକୁ ମୃତ୍ୟୁ ଘୋଷଣା କରିଥିଲେ । ଭଞ୍ଜନଗର ପୋଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ଜୟର ମୃତ ଦେହକୁ ଜବତ କରି ବ୍ୟବଛେଦ କରାଇଥିଲେ । ତେବେ ଜୟର ମୃତ୍ୟୁ ବଜ୍ରଘାତ ଜନିତ ନା କାନ୍ଥପଡି ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର ସଠିକ କାରଣ ଜଣାପଡିବ ବୋଲି ପୋଲିସ କହିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୬/୨୦୨୨---୬,୧୦ Sakhigopal News 16/6/2022