Breaking News

ଜଟଣୀ ରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଜନଅସନ୍ତୋଷ

Public outcry over unannounced power outages in Jatani.
ଜଟଣୀ ---ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟୁତ ସରବରାହ ପ୍ରତି ସଚେତନ ରହିବାପାଇଁ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଜଟଣୀ ଟିପିସିଓଡ଼ିଏଲ କାର୍ଯ୍ୟାଳୟ ପକ୍ଷରୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ପାଇଁ ପ୍ରବଳ ଗରମରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଏପରିକି ସକାଳେ, ଖରାବେଳେ ଓ ରାତିରେ ମନଇଛା ବିଜୁଳି କାଟ ହେଉଛି । ଏ ସମ୍ପର୍କରେ ପଚାରିଲେ କେତେବେଳେ ୩୩ କେବି ଖରାପ, କେଉଁଠି ତାର  କଟିବା,କେଉଁଠି ଫ୍ୟୁଜ କଟିଯିବା, କେଉଁ ଜାଗାରେ ଓଭର ଲୋଡ ଏଭଳି ବିଭିନ୍ନ ପ୍ରକାର ଖବର ମିଳୁଛି । ଏପରିକି ସ୍ଥାନୀୟ ଅଞ୍ଚଳର ଗଜପତି ନଗର, ମଧୁସୂଦନ ନଗର ଭଳି କେତକ ଜାଗାରେ ଲୋ ଭୋଲଟେଜ ରହୁଥିବାରୁ ଲାଇଟ ଠିକସେ ନଜଳିବା ଏବଂ ପଙ୍ଖା ଧୀରେ ବୁଲିବା ଯୋଗୁଁ ଗରମରେ ଛୋଟ ଠାରୁ ବଡ଼ ସମସ୍ତେ ଛଟପଟ ହେଉଛନ୍ତି । ବିଦ୍ୟୁତ ବିଭାଗର ଅନେକ ତ୍ରୁଟି ପରିଲିଖିତ ହେଉଛି । ପ୍ରତ୍ୟେକ ଅଞ୍ଚଳରେ ଥିବା ଟ୍ରାନ୍ସଫର୍ମର ଗୁଡିକ ସଠିକ ରୂପେ ତଦାରଖ କରି ଠିକ ସମୟରେ ଅଏଲ ପରିବର୍ତ୍ତନ କରିବା, ଯେଉଁ ଅଞ୍ଚଳରେ ଉପଭୋକ୍ତା ଅଧିକ ସେହି ଯାଗାରେ ଟ୍ରାନ୍ସଫର୍ମରକୁ ବଦଳି କରି ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରିବାର ନିୟମ ରହିଛି । ସେହିପରି ଅନେକ ଯାଗାରେ ବିଦ୍ୟୁତ ଚୋରି କରାଯାଉଛି ।  ତଦାରଖ ନ କରି ଏକ ମିନିୟମ ଚାର୍ଜ କରାଯାଉଛି ।  ଦୁଇ ମହଲା, ତିନି ମହଲା କୋଠା ଘର ସେହି ଲୋକମାନେ ବିଦ୍ୟୁତ ଠକି ଚାଲିଛନ୍ତି । ଘରେ ତିନି ତିନୋଟି ଏସି ବ୍ୟବହାର କରି ମାସକୁ ପନ୍ଦର ସହ ଟଙ୍କା ବିଲ ଦିଅନ୍ତି କିନ୍ତୁ ଜଣେ ଦିନ ମଜୁରିଆ ଦୁଇଟି ସିଏଫେଲ ବଲ ଗୋଟିଏ ପଙ୍ଖା ସେଥିରେ ବିଲ ଆସୁଛି ସେତିକି ଟଙ୍କା ‌।  ବିଦ୍ୟୁତ ବିଭାଗ ସଠିକ ରୂପେ ଚଢ଼ାଉ କରି ବିଦ୍ୟୁତ ଚୋରି କରୁଥିବା ଉପଭୋକ୍ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତେ ତେବେ ଏହି ସବୁ ଅସୁବିଧାର ସମାଧାନ ହୋଇଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏପରିକି ଲାଇନ କଟିବା ସମ୍ପର୍କରେ କର୍ମଚାରୀଙ୍କୁ ପଚାରିବା ପାଇଁ ଫୋନ କଲେ ଅଧିକାଂଶ ଫୋନ ବନ୍ଦ ରହୁଛି । ଏସଡ଼ିଓ ସାରଙ୍କୁ ଫୋନ କଲେ ସାର ଫୋନ ରିସିଭ କରନ୍ତି ନାହିଁ । ବିଦ୍ୟୁତ ଠିକା କର୍ମଚାରୀଙ୍କ ହାତରେ କାର୍ଯ୍ୟଭାର ଦେଇ ବାବୁମାନେ ନିଶ୍ଚିନ୍ତରେ ରହିଯାନ୍ତି । ଠିକା କର୍ମଚାରୀଙ୍କୁ ପଚାରିଲେ କୁହନ୍ତି ଯେଉଁ ସ୍ଥାନରେ ଟ୍ରାନ୍ସଫର୍ମର ବସିଛି ସେହି ଜାଗାରେ ଅଳିଆ ଆବର୍ଜନା, ଗଛଲଟା ମାଡିଜାଇ ଥିବାରୁ ସେଠାକୁ ହଠାତ ଯାଇ କାମକରିବାରେ ଅସୁବିଧା ହୁଏ । ଏ ସବୁର ତଦାରଖ ଦାୟିତ୍ୱ ଠିକା କର୍ମଚାରୀଙ୍କ ନା ବିଭାଗୀୟଙ୍କ ? ଟିପିସିଓଡ଼ିଏଲ ଦାୟିତ୍ୱ ନେବାଠାରୁ ଅନେକ ପ୍ରକାର ବିଭ୍ରାଟ ଦେଖିବାକୁ ମିଳୁଛି । ଯଦି ଏଭଳି ବିଭ୍ରାଟ ଆଗକୁ ଦେଖାଦିଏ ତେବେ ଉପଭୋକ୍ତାଙ୍କ ମନରେ ଜାଗ୍ରତ ହୋଇଥିବା କ୍ଷୋଭ ଆଗାମୀଦିନରେ ଆନ୍ଦୋଳନର ପନ୍ଥା ଗ୍ରହଣ କରାଯିବ ବୋଲି ସୂଚିତ ହୋଇଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୬/୨୦୨୨---୬,୨୦     Sakhigopal News,16/6/2022

Blog Archive

Popular Posts