ଆନ୍ତର୍ଜାତିକ ବରିଷ୍ଠ ନାଗରିକ ହତାଦର ସଚେତନତା ଦିବସ ପାଳିତ
International Senior Citizens' Awareness Day is celebrated.
ଭଞ୍ଜନଗର ---ଆଜି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ହତାଦର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଧା କୃଷ୍ଣ ପାଠାଗାର ଘୁମୁସର ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ଓ ସଭ୍ୟମାନଙ୍କ ସ଼ହିତ ରାଧାକୃଷ୍ଣ ପାଠାଗାର ପରିସରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ହତାଦର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଧାକୃଷ୍ଣ ପାଠାଗାର ର ସଭାପତି ନିରଞ୍ଜନ ପ୍ରଧାନ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ସଭାରେ ସ୍ଥାନୀୟ ଓକିଲ ସଂଘର ସଭାପତି ସନ୍ତୋଷ କୁମାର ନାୟକ ସଭାକୁ ଉଦଘାଟନ କରିଥିବା ବେଳେ ପଣ୍ଡିତ ବିପ୍ର ଚରଣ ସାହୁ ବେଦ ମନ୍ତ୍ର ଗାନ କରିଥିଲେ । ଏ ଅଂଚଳର 90ବର୍ଷିୟା ସମାଜସେବୀ ପଦ୍ମନାଭ ଆରୁଖ ଙ୍କ ସମେତ ନାଗରିକ ମଞ୍ଚ ର ସଭାପତି ସୋମନାଥ ନାୟକ, କାର୍ଯ୍ୟକାରୀ ସଭାପତି ଶିବରାମ ପଣ୍ଡା, ଉପଦେଷ୍ଟା ଡକ୍ଟର କମ୍ବୁପାଣି ସାମନ୍ତ, ସମ୍ପାଦକ ରବୀନ୍ଦ୍ର ଆଚାର୍ଯ୍ୟ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସରକାରୀ ସ୍ତରରେ ପାଳନ କରାଯାଉନଥିବାରୁ ବରିଷ୍ଠ ନାଗରିକ ତରଫରୁ କ୍ଷୋଭ ପ୍ରକାଶ କରାଯାଇଥିଲା । ଏ ଅଞ୍ଚଳରେ ଏକ ଜରାନିବାସ ପ୍ରତିଷ୍ଠା କରାଯିବାକୁ ଦାବୀ କରାଯିବ ବୋଲି ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ନାୟକ କହିଛନ୍ତି । ବରିଷ୍ଠ ନାଗରିକ ଭତ୍ତା 2000ଟଙ୍କା କୁ ବୃଦ୍ଧି କରାଯାଉ ବୋଲି ସର୍ବ ସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି।ସାମ୍ବାଦିକ ସଂଘ ବରିଷ୍ଠ ସଦସ୍ୟ ରବୀନ୍ଦ୍ର ପାତ୍ର ଙ୍କୁ ମଧ୍ୟ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚର ଉପସଭାପତି ଇଂ ପ୍ରଭାତ ଚନ୍ଦ୍ର ତାରସିଆ, ସହସମ୍ପାଦକ ସନ୍ତୋଷ କୁମାର ପଣ୍ଡା, କୋଷାଧକ୍ଷ ବ୍ରଜ ଗୋପାଳ ମହାରଣା,ସୁରେଶ ଚନ୍ଦ୍ର ସ୍ୱାଇଁ, ହରିକୃଷ୍ଣ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ସଭାପତି ଙ୍କ ଅଭିଭାଷଣ ପରେ ପାଠଗାର ର ସମ୍ପାଦକ ଭଞ୍ଜ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୬/୨୦୨୨---- ୬,୨୫ Sakhigopal News,15/6/2022