Breaking News

ଜାଗା କିଣିବାକୁ ଆସି ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ; ମାମୁମୃତ,ଭଣଜା ଓ ଗାଡିଚାଳକ ଗୁରୁତର

Came to buy land and were attacked by miscreants; Uncle, nephew and driver are serious.
ନୟାଗଡ଼---- ଜାଗା କିଣିବାକୁ ଆସି ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର  ହୋଇଛନ୍ତି । ଏହି ଆକ୍ରମଣରେ 
ମାମୁମୃତ ହୋଇଥିବା ବେଳେ ଭଣଜା ଓ ଗାଡିଚାଳକ ଗୁରୁତର ଆହତ ହୋଇ ମେଡିକାଲ ରେ ଚିକିତ୍ସା ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାଖଣ୍ଡପଡା ଅଞ୍ଚଳରେ।   ଖଣ୍ଡପଡା ଥାନା ଅଧିନ ଖଳିସାହି- ଆଡକଟା ରାସ୍ତାର ଭଅଁରପଲି ଗ୍ରାମ ନିକଟରେ ଦୁର୍ବୁତଙ୍କ ଆକ୍ରମଣରେ  ସମ୍ବଲପୁର ଅଞ୍ଚଳର ସୂର୍ଯ୍ୟ କନ୍ଧ (୩୮)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଭଣଜା ରାଜାସାହୁ (୨୬)ଓ ଗାଡିଚାଳକ ଅଜୟ ଗୁରୁତର ଆହତହୋଇ ଖଣ୍ଡପଡା ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଉଥିବାଜଣାପଡିଛି।ଖବରପାଇ ଆଇଆଇସି ବିଶ୍ୱଜିତ ରାଉତରାୟ ସଦଳବଳେଘଟଣା  ସ୍ଥଳରେ ପହଞ୍ଚି ଘଟଣାର ଖୋଳତାଡ କରୁଥିବା ଜଣାପଡିଛି। 
   ଘଟଣାସ୍ଥଳରେଏକଧଳାରଙ୍ଗର ମାରୁତି କାର ଥିବାବେଳେ ପୁଲିସ ମୃତଦେହ ଜବତ କରି ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି। ଘଟଣାରୁପ୍ରକାଶଫାର୍ମ ହାଉସ ପାଇଁ ଆବଶ୍ୟକୀୟ ଜାଗାକିଣିବା ନିମନ୍ତେ କାର ଯୋଗେ ସମ୍ବଲପୁର ଜିଲା ହୀରାକୁଦର ଶକ୍ତିନଗର ଅଞ୍ଚଳରୁ  ସୂର୍ଯ୍ୟ କନ୍ଧ ତାଙ୍କ ଭଣଜା ରାଜା ସାହୁ ଓ ଗାଡିଚାଳକ ଅଜୟ ଦଶପଲ୍ଲା ଦେଇ ଆଡକଟାଛକରେ ପହଁଚି ଥିଲେ । ପୂର୍ବରୁ ଯୋଗାଯୋଗ କରିଥିବା ଜଣେ  ବ୍ୟକ୍ତି ସେମାନଙ୍କ ସହ ଆଡକଟା ଛକରୁ କୋସକାଦେଇ ଭଅଁରପଲି ଗ୍ରାମ ନିକଟକୁ ନେଇଥିଲା।ସେଠାରୁ ଉକ୍ତ ବ୍ୟକ୍ତି ଜଣଙ୍କ ଜାଗାଦେଖିବା କହି ରାସ୍ତା ପାର୍ଶ୍ୱସ୍ଥିତ କୁଆଁରୀଆ ନଦୀ ପଠାକୁ ସେମାନଙ୍କୁ ନେଇଥିଲା। ସେଠାରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଥିବା ୧୦ରୁ୧୨ଜଣ ଅସାମାଜିକ ବ୍ୟକ୍ତି ମାରଣାସ୍ତ୍ରଧରି ହଠାତ ସେମାନଙ୍କୁ ଘେରିଯାଇ ଆକ୍ରମଣ କରିଥିଲେ। ଆକ୍ରମଣରେ ସୂର୍ଯ୍ୟଙ୍କର ମୃତ୍ୟୁହେବା ପରେ ଦୁର୍ବୁତ୍ତ ମାନେ ଅନ୍ୟ୨ଜଣଙ୍କୁଘେରିଯାଇ ନିସ୍ତୁକ ମାଡ ମାରିବା ସହ୩ଟି ମୋବାଇଲ 25 ହଜାରରୁ ଉର୍ଦ୍ଧ୍ବ ଟଙ୍କା ଛଡାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।କିଛି ସମୟ ପରେ ସେହି ରାସ୍ତାଦେଇଯାଉଥିବା କେତେକ ବ୍ୟକ୍ତିଙ୍କ ସହାୟତାରେ ଗାଡିଚାଳକ ଓ ରାଜା ଖଣ୍ଡପଡ଼ା ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଅଭିଯୋଗ କରିଥିବା ଜଣାଯାଇଛି।ତେବେଏହି ହତ୍ୟାକାଣ୍ଡ ପରେ ଆଜି ନୟାଗଡ ଜିଲା ଅତିରିକ୍ତଏସପି ବିଦ୍ୟତୁ ପଣ୍ଡା ଏବଂ ଭୁବନେଶ୍ୱରରୁ ସାଇନ୍ଟଫିକଟିମ ଓ ଖଣ୍ଡପଡ଼ାଥାନା ଆଇଆଇସି ବିଶ୍ଵଜିତ ରାଉତରାୟ ନୂଆଗଡ଼ିଆ ସାହି ପାଣ୍ଡିର ଏଏସଆଇ ବୈକୁଣ୍ଠ ସାହୁ ପ୍ରମୁଖ ଘଟଣା ସ୍ଥଳକୁ ଯାଇଥିଲେ।ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ ମାନେ ଧରା ପଡିନଥିବା ଜଣା ପଡ଼ିଛି। ବହୁ ଶିଘ୍ର ଏଘଟଣାରେ ସଂପୃକ୍ତ ଥିବା ଯୁବକ ମାନଙ୍କୁ ଗିରଫ କରାଯିବା ବୋଲି ଅତିରିକ୍ତ ଏସପି କହିଛନ୍ତି ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୫/୬/୨୦୨୨-----୧୧,୪୦   Sakhigopal News,15/6/2022

Blog Archive

Popular Posts