Breaking News

ଅନାହାରରେ ବୃଦ୍ଧା; ଆଶ୍ରୟ ସ୍ଥଳ ହୋଇଛି ଖଣ୍ଡପଡ଼ା ବିଜ୍ଞାପିତପରିଷଦ ଅଫିସ ସମ୍ମୁଖ ତ୍ରିନାଥ ମନ୍ଦିର

Starving old man; The shelter is the Trinath Temple in front of the Khandapada Advertising Council office.
ନୟାଗଡ଼----ରଜପାଇଁ ଘରେ ଘରେ ପିଠାପଣା ଭୋଜି ମାତ୍ର ଆସର ଜମିଥିବା ବେଳେ ଅନାହାରରେ ଜଣେ ବୃଦ୍ଧା । ତାଙ୍କ ର ଆଶ୍ରୟ ସ୍ଥଳ ହୋଇଛି ଖଣ୍ଡପଡ଼ା ବିଜ୍ଞାପିତ ପରିଷଦ ଅପିସ ସମ୍ମୁଖରେ ଥିବା ତ୍ରିନାଥ ମନ୍ଦିରପୀଠ। ବୃଦ୍ଧାଙ୍କର ଏ ଅବସ୍ଥା ଦେଖି ତାଙ୍କ ନିକଟରେ ପହଁଚିଥିଲେ ସାମ୍ବାଦିକ ତଥା ସମାଜ ସେବୀ ନିରଂଜନ ଦାସ।
ଏହିି ବୃଦ୍ଧା ଜଣଙ୍କ   ତ୍ରିନାଥମନ୍ଦିର ଚଟାଣରେ ଖାଇବାକୁ ନପାଇ ପଡ଼ି ରହିଛନ୍ତି। ଦୁଃଖର କଥା ରାଜ୍ୟ ସରକାର କେହି ଅନାହାରରେ ରହିବେ ନାହିଁ ବା ଅନାହାରରେ ମରିବେ ନାହିଁ ବୋଲି ବିଭିନ୍ନ ଯୋଜନା କରିଛନ୍ତି । ମାତ୍ର ଏହି ବୃଦ୍ଧାଙ୍କୁ ଦେଖିଲେ ସରକାର ଙ୍କ ଯୋଜନା ଗୁଡିକ   ତାଙ୍କ ପାଇଁ ସାତ ସପନ ପାଲଟିଛି । କିଛି ବଦାନ୍ୟବ୍ୟକ୍ତି ବୃଦ୍ଧା ଙ୍କୁ ଖାଦ୍ୟ ଦେଇଛନ୍ତି । ଆମ ପ୍ରତିନିଧି ନିରଂଜନ ଦାସ‌ ଖବର ପାଇ ସେଠାରେ ପହଞ୍ଚିଥିଲେ । ବୃଦ୍ଧାଙ୍କ ଘର ଓଡିଶା ବାହାରେ ବୋଲି ଜଣା ପଡିଛି । ବୃୃଦ୍ଧା ଜଣଙ୍କ ହିନ୍ଦୀଭାଷାରେ କଥା କହନ୍ତି ଓ ବୁଝନ୍ତି  । ନିରଂଜନ ଦାସ ବୃୃଦ୍ଧାଙ୍କ ସମ୍ପର୍କରେ ଜିଲା ସମାଜମଙ୍ଗଳ ଅଧିକାରୀଙ୍କୁ ଜଣାଇବା ସହ ନୟାଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ସହଯୋଗାଯୋଗକରିଥିଲେ।ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ତହସିଲଦାରଙ୍କୁମୁଁକହୁଛି ବ୍ୟବସ୍ଥାକରିବେ।ଏଣୁଏ ଦିଗରେ ଜିଲାପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଇ ଅସହାୟ ବୃଦ୍ଧାଙ୍କୁ ଚିକିତ୍ସା ସହ ବୃଦ୍ଧାଶ୍ରମରେ ରଖାଯିବାର ବ୍ୟବସ୍ଥା କରାଯାଉ। ଏବଂ ତାଙ୍କ ପରିବାରର ସହିତ ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି ସମାଜସେବୀ ଶ୍ରୀ ଦାସ ।
 ନୟାଗଡ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୫/୬/୨୦୨୨---୧୨,୨୦   
 Sakhigopal News,15/6/2022


ନିରଂଜନଦାସ, ନୟାଗଡ

Blog Archive

Popular Posts