Breaking News

ପୋଖରୀରେ ବୁଡି ନାବାଳକ ର ମୃତ୍ୟୁ

A minor drowned in a pond
ଭଞ୍ଜନଗର----ବେଲଗୁଣ୍ଠା ଥାନା ଅନ୍ତର୍ଗତ  ଚଢେୟାପଲ୍ଲୀ ଗାଁ ନିକଟ ପୋଖରୀରେ ବୁଡି ନାବାଳକ ର ମୃତ୍ୟୁ ହୋଇଯାଇଛି । ମୃତ ନାବାଳକ ଲିପୁନ୍ ସାମନ୍ତରା (୧୩) ବୋଲି ଜଣାପଡିଛି । ବେଲଗୁଣ୍ଠା ଥାନା ପୋଲିସ ଦେଇଥିବା ସୂଚନା ପ୍ରକାରେ  ଏହି ଗ୍ରାମର  କୈଳାସ ସାମନ୍ତରା ଙ୍କ ପୁଅ ଲିପୁନ ଗାଁ ନିକଟ ପୋଖରୀ କୁ ଗାଧୋଇବାକୁ ଯାଇଥିଲେ । କୈ।ଣସି କାରଣରୁ ସେ ପୋଖରୀ ରେ ବୁଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଧାର କରି ନିକଟସ୍ଥ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ , ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବେଲଗୁଣ୍ଠା ଥାନା ର ତଦନ୍ତକାରୀ ଅଧିକାରୀ ଏଏସଆଇ - ଜେ. ପ୍ରଧାନ, ମୃତଦେହ କୁ ଜବତ କରି ୧୧/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ।   ମୃତଦେହ କୁ ବ୍ୟବଛେଦ ପରେ , ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିବା ନେଇ , ଥାନାଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୫/୨୦୨୨----୧୦,୨୦ Sakhigopal News,5/5/2022

Blog Archive

Popular Posts