ସତ୍ୟବାଦୀରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ସ୍ୱତନ୍ତ୍ର ବୈଠକ ; ଠିକାଦାରଙ୍କ ଉପରେ ବିରକ୍ତି ପ୍ରକାଶ କଲେ ବିଧାୟକଙ୍କ ଠାରୁ ଜନପ୍ରତିନିଧି
Special meeting on mega drinking water project in Satyavadi; Representatives from the legislature expressed frustration with the contractor.
ସାକ୍ଷୀଗୋପାଳ --- ସତ୍ୟବାଦୀ ପଞ୍ଚାୟତ ସମିତିର ସଭାଗୃହ ପରିସରରେ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଭାବେ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଧାୟକ ଉମାକାନ୍ତ ସମାନ୍ତରାୟ, ପ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଭିମନ୍ୟୁ ନାୟକ, ବିଡିଓ କ୍ଷୀରୋଦ କୁମାର ବେହେରା, ଉପାଧ୍ୟକ୍ଷା ନିବେଦିତା ପାତ୍ର,ଜେଇ ସୁଜତା ପରିଡା, ଅନିତା ରାଣି ପରିଡା ଓ ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି , ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଓ ଜନପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଓଡିଶାରେ ପ୍ରଥମ କରି ମେଗା ପାନୀୟ ଜଳ ପ୍ରକଳ୍ପ ସତ୍ୟବାଦୀକୁ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରି ଏହି ପ୍ରକଳ୍ପ ଆଣିଥିଲେ । ମାତ୍ର ଛଅ ବର୍ଷ ହୋଇଗଲା ମେଗା ପ୍ରକଳ୍ପ ଅଧାରେ ଅଟକି ରହିଛି । ଏହାକୁ ନେଇ ୨୭ ତାରିଖ ପଞ୍ଚାୟତ ସମିତି ବୈଠକରେ ଜୋର ସୋର ଆଲେଚନା ହୋଇଥିଲା ।ଏଥିରେ ବିଧାୟକ ହସ୍ତକ୍ଷେପ କରି ଏଥି ପାଇଁ ସ୍ୱତନ୍ତ୍ର ବୈଠକ ରଖାଯାଇଥିଲା । ବିଶେଷ କରି ଏହି ମେଗା ପ୍ରକଳ୍ପ କାମ ନେଇଥିବା ଏଲଆଣ୍ଡଟି କମ୍ପାନୀର ଦାୟତ୍ୱରେ ଥିବା ସୁଜିତି କୁମାର ଗିରି ଯୋଗ ଦେଇ ଗୃହକୁ ମିଛ ତଥ୍ୟ ପ୍ରଦାନ କରିଥିଲେ । ଯାହାକୁ ନେଇ ଉପସ୍ଥିତ ଥିବା ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ବିରକ୍ତି ପ୍ରକାଶ କରିବା ସହ ସେମାନଙ୍କ କଥାକୁ ବିାଭଗୀୟ ଜେଇ ଓ ଅଧ୍ୟକ୍ଷ ଶ୍ରୀ ପଣ୍ଡା ମତ ସମର୍ଥନ କରିଥିଲେ । କହିଥିଲେ କି ଅନେକ ଗ୍ରାମକୁ ପାଇପି ବିଛାଯାଇନାହିଁ । ପରେ ପରେ ଅଧିକାରୀ ଏହାକୁ ମାନିଥିଲେ । ଏପରିକି ଅନେକ ଯାଗାରେ ଗାତ ଖୋଳାଯାଇଛି ପାଇପି ପଡିନାହିଁ । ପାଇପି ସେହିପରି ୩ଫୁଟ ତଳେ ଯିବା କଥା ମାତ୍ର ତାହା ମଧ୍ୟ ହୋଇନାହିଁ । ପ୍ରକଳ୍ପ ଆରମ୍ଭରୁ ପକାଯାଇଥିବା ପାଇପି ଏବେ ସବୁ ଫାଟି ଗଲାଣି । ମହୁରା, ବୀରରାମଚନ୍ଦ୍ରପୁର, ପେଣ୍ଠପଡା, ଜୟପୁର, ରାୟଚକ୍ରଧରପୁ. ବିଶ୍ୱନାଥପୁର ଆଦି ପଞ୍ଚାୟତର ସରପଞ୍ଚ ସମିତିସଭ୍ୟ ମାନେ ଏଲଆଣ୍ଡଟି କମ୍ପାନୀର ଆସିଥିବା ଅଧିକାରୀଙ୍କୁ ମିଛ କଥା ନ କହିବା ପାଇଁ କହିଥିଲେ । ଏପରିକି ବ୍ଳକର ଦୁଇ ଜଣ ଜେଇଙ୍କ କଥାକୁ ଏମାନେ ମାନୁନାହାନ୍ତି ବା ଯେଉଁତଥ୍ୟ ସେ କହୁଛନ୍ତି ତାହା ସମ୍ପୁର୍ଣ୍ଣମିଛି ବୋଲି ଜେଇ ମାନେ କହିଥିଲେ । ମେଗା ପ୍ରକଳ୍ପ କାମ ହେବା ଛଅ ବର୍ଷ ପୁରିଗଲାଣି କୌଣସି ଗୋଟିଏ ଗ୍ରାମକୁ ପାଇପି ବିଛା ସରିନାହିଁ ବୋଲି ଜଣାପଡିଛି । କାମ ସବୁ ଅଧା ହୋଇ ରହିଛି ବୋଲି ନିର୍ବାହୀଯନ୍ତ୍ରୀ ଏଲଆଣ୍ଡଟି କମ୍ପାନୀର ଅଧିକାରୀଙ୍କୁ ବିରକ୍ତି ପ୍ରକାଶ କରିଥିଲେ । ସେହିପରି ବିଧାୟକ ଶ୍ରୀ ସାମନ୍ତରାୟ ଓ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଏହି ମେଗା ପ୍ରକଳ୍ପ କାର୍ଯ୍ୟ କିପରି ସରିବ ସେ ଦିଗପ୍ରତିନଜର ଦେବା ସହ ଗ୍ରାମକୁ ଗ୍ରାମ ବୁଲିବେ ବୋଲି କହିଥିଷଲ । ଜୁନ ୩୦ ତାରିଖ ସୁଦ୍ଧା ଯଦି ପାଇପି ବିଛା କାମ ସରିବାସହ ପରିବାରଙ୍କ ଘରକୁ ପାନୀୟ ଜଳ ଯୋଗାଣ ନ କରାଗଲେ ଏଲଆଣ୍ଡଟି କମ୍ପାନୀ ବିରୁଦ୍ଧରେ ଦୃଢ଼କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାୟକ ଶ୍ରୀ ସମାନ୍ତରାୟ କହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୫/୨୦୨୨---୮, ୪୦ Sakhigopal News, 4/5/2022