ପଞ୍ଚାୟତ ନିର୍ବାଚନରେ ହାରିବାକୁ କେନ୍ଦ୍ର କରି ୱାର୍ଡ ସଭ୍ୟାଙ୍କୁ ମାଡ
Ward members are being targeted for losing in the panchayat elections.
ସାକ୍ଷୀଗେ।।ପଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଦୋଖଣ୍ଡପୁର ଗ୍ରାମରେ ଏକ ପରିବାର ଉପରେ ଅନ୍ୟ ଏକ ପରିବାର ଆକ୍ରମଣ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଚଳିତ ପଞ୍ଚାୟତ ନିର୍ବାଚନରେ ଦୋଖଣ୍ଡପୁର ଗ୍ରାମରେ ୱାର୍ଡ ସଭ୍ୟା ଭାବେ ହିତିଶ୍ରୀ ଜେନା (୩୪) ଜିତିଥିଲେ । ତାଙ୍କ ସହିତ ନିର୍ବାଚନରେ ହାରି ଯାଇଥିବା ପରିବାର ଲୋକ ମାନେ ରାଗରେ ମାରପିଟ କରିଛନ୍ତି ବୋଲି ଇତିଶ୍ରୀ ଲିଖିତ ଭାବେ ଜଣାଇଛନ୍ତି । ତାଙ୍କ ଘର ଆଗରେ କାଞ୍ଚନ ଜେନା ଅଶ୍ଳୀଳ ଭାଷାରେ ଗାଲିଗୁଳଜ କରିଥିଲେ । ଏହାକୁ ଇତିଶ୍ରୀ ବିରୋଧ କରିଥିଲେ । ପରେ ପରେ ଧନେଶ୍ୱର ଜେନା , ଚିତ୍ତରଞ୍ଜନ ଜେନା ଓ କାଞ୍ଚନ ଜେନା ମିଳିତ ଭାବେ ଘର ଆଗରେ ବକାବନା କରିବା ସହ ଘରେ ପଶି ମୋ ଶାଶୁ ନଣନ୍ଦ ଓ ମତେ ମାଡ ମାରିଥିବା ନେଇ ଇତିଶ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ୧୩୯/୨୨ରେ ଏକ ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୫/୨୦୨୨---୮,୪୫ Sakhigopal News, 4/5/2022