ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଅଳଗୁମ ଠାରେ ଗାନ୍ଧୀ ଓ ଶାନ୍ତ୍ରୀ ଜୟନ୍ତୀ ପାଳିତ
ସାକ୍ଷୀଗୋପାଳ------ ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଅଳଗୁମ ଦନେଇବାଙ୍କ ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ସତ୍ୟବାଦୀ ବ୍ଳକର ସଭାପତି ସୁଶାନ୍ତ କୁମାର ଶତପଥୀ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିବା ବେଳେ ରାଜ କିଶୋର ସାହୁ ସ୍ୱାଗତ ଭାଷଣ ଦେବାସହ କୃଷି ଓ କୃଷକ ମାନଙ୍କ ସମ୍ପର୍କରେ ସ୍ୱରଚିତ କବିତା ପାଠ କରିଥିଲେ । ଯାହାକି ଉପସ୍ଥିତ ଥିବା ଚାଷୀ ମାନଙ୍କ ମନକୁ ଗୀତଟି ବେଶ ଛୁଇଁଥିଲା । ମହାସଂଘର ସଭାପତି ଗୋପିନାଥ ମିଶ୍ର ଯୋଗ ଦେଇ ଗାନ୍ଧୀ ଓ ଶାସ୍ତ୍ରୀ ଯେଉଁ କୃଷକ ମାନଙ୍କ ପାଇଁ ସ୍କୋଗାନ ଦେଇଥିଲେ ସେହି ଅନୁଯାୟୀ କୃଷି ଓ କୃଷକର ଉନ୍ନତି ଯେଉଁଦିନ ହେବ ସେହିଦିନ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପାଇଁ ସର୍ବଶେଷ୍ଠ ସମ୍ମାନ ହେବ ବୋଲି ଶ୍ରୀ ମିଶ୍ର କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘର ପରାମର୍ଶଦାତା କମିଟିର ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ଫଗୁ ଚରଣ ପରିଡା, ଉଗ୍ରସେନ ବିଶ୍ୱାଳ=, ଗୁଣନିଥି ପାତ୍ର, ବୁଲା ପରିଡା, ପ୍ରତାପ କୁମାର ପାଇକରାୟ, ବୁଧିନାଥ ମଲିକ, ଅନାମ ମଲିକ, ଭାସ୍କରନାୟକ, କୈଳାସ ଚନ୍ଦ୍ର ରାଉତଙ୍କ ସହିତ ୨୪ ଗୋଟି ଗ୍ରାମ ପଞ୍ଚାୟତର ସଭାପତି, ସମ୍ପାଦକ ପ୍ରମୁଖ ଯୋଗଦେଇଥିଲେ । ରାମଚନ୍ଦ୍ର ଚୌଧୁରୀ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୧୦/୨୦୨୧---୮,୨୫
Sakhigopal , 2/10/2021