Breaking News

ପୁଅ ମାଡ଼ରେ , ବାପା ର ଜୀବନ ଗଲା

 ଭଞ୍ଜନଗର---ଜଣେ ଯୁବକଙ୍କ ସହ ପୁଅ ଗଣ୍ଡଗୋଳ କରୁଥିଲା । ବାପା ଖବରପାଇ  ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳ ନକରିବାକୁ ପୁଅକୁ କହିଥିଲା । ଏହି ସମୟରେ ସଂପୃକ୍ତ ପୁଅର ରାଗ ପଞ୍ଚମରେ ପହଞ୍ଚିଯାଇଥିଲା । ଉତକ୍ଷିପ୍ତ ପୁଅ ସଂପୃକ୍ତ ଯୁବକ କୁ ଛାଡି ବାପାଙ୍କୁ ଆକ୍ରମଣ କରିଥିଲା । ଫଳରେ ପୁଅ ଠାରୁ ମାଡ଼ ଖାଇ  ଆହତ ଅବସ୍ଥାରେ ନିଜ ଘରକୁ ଚାଲିଆସିଲେ ବାପା । କିଛି ସମୟପରେ ସେ ଅଚେତ ହୋଇପଡିଲେ । ତୁରନ୍ତ ତାଙ୍କୁ ମେଡିକାଲ ରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ହେଉଛି ଭଂଜନଗର ଥାନା ଅନ୍ତର୍ଗତ  ବଡକୋଦଣ୍ଡା ଗାଁ ର ଘଟଣା । ମୃତକ ଜଣକ ହେଲେ  ସେହି ଗାଁ ର ହାଡୁବନ୍ଧୁ ନାୟକ(୫୫) । ଅଭିଯୁକ୍ତ ପୁଅ ଶିବ ନାୟକ କୁ  ପୋଲିସ ଅଟକ ରଖିଥିବା ନେଇ ସୂଚନା ମିଳିଛି । ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ଚାଲିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୦/୨୦୨୧--୧୦,୦୦ 
Sakhigopal News,2/10/2021

Blog Archive

Popular Posts