Breaking News

୩ ଦିନ ହେଲା ,ଡେରା ପକାଇଛନ୍ତି ହାତୀ ପଲ , ଭୟରେ ଅଞ୍ଚଳବାସୀ


ଭଞ୍ଜନଗର--- ଗତ ତିନିଦିନ ହେଲା , ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ , ଗାଙ୍ଗପୁର ଫରେଷ୍ଟ ସେକସନ୍ ର ବୁଢାକେନ୍ଦୁ ଜଙ୍ଗଲରେ ଚକ୍କର ମାରୁଛନ୍ତି ବଣୁଆ ହାତୀପଲ । ଏଥିରେ ଗୋଟିଏ ଦନ୍ତା , ୩ ଟି ଛୁଆ ଓ  ୬ ଟି ମାଇ ହାତୀ ର‌ହିଥିବା ସୂଚନା ମିଳିଛି।  ହାତୀପଲ ଖାଦ୍ୟ ଅନ୍ୱେଷଣରେ ଗତ ତିନିଦିନ ପୂର୍ବରୁ , ଦକ୍ଷିଣ ଘୁମୁସର ବନଖଣ୍ଡ ରୁ ଉତ୍ତର ଘୁମୁସର ବନଖଣ୍ଡ ର ବୁତାକେନ୍ଦୁ ଜଙ୍ଗଲକୁ ଚାଲି ଆସିଛନ୍ତି । ଫଳରେ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ ସରବରାହ ବନ୍ଦ ରଖାଯାଉଛି । ଏନେଇ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତି ହେଲେ ବିଦ୍ୟୁତ କାଟ୍ ସାଙ୍ଗକୁ ବଣୁଆ ହାତୀପଲ କୁ ନେଇ ଭୟଭୀତ ସୋଇପଡିଛନ୍ତି  ଗ୍ରାମବାସୀ । ତଥାପି ସ୍ଥାନୀୟ ବନବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା କୁହାଯାଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୦୨୦୨୧---୧୦,୨୦
 Sakhigopal News,2/10/2021

Blog Archive

Popular Posts