ଗୋବରା ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା
ଭଞ୍ଜନଗର---- ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ , ଗୋବରା ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାଳିକା ବିଦ୍ୟାଳୟ ନିକଟରେ ଆୟୋଜିତ ବୈଠକ ରେ ଅକ୍ଟୋବର - ୨ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ବଛତା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ ମୁକ୍ତ ଅଭିଯାନ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା । ସରପଞ୍ଚ ଇନ୍ଦିରାବାଇ ରାଜୁ ଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ରେ ବିଡିଓ - ଶଶୀଭୂଷଣ ମହାପାତ୍ର , ଏବିଡିଓ, ବ୍ଳକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି - ସନ୍ତୋଷ କୁମାର ମଲ୍ଲ , ନାଏବ ସରପଞ୍ଚ ବାସନ୍ତି ମଳିକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ପଞ୍ଚାୟତର ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଏହାସହ ପଞ୍ଚାୟତ ର ଗୋବରା ଠାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା । ଗୋବରା ଠାରେ , ଦୀର୍ଘ ବର୍ଷ ହେଲା ପିଇବା ପାଣି ର ସମସ୍ୟା ଲାଗି ରହିଛି । ପ୍ରକଳ୍ପ ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ ହେଉଛି । ଏଥିପାଇଁ ଚଳିତବର୍ଷ ଟେଣ୍ଡର ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ବିଭିନ୍ନ ଆଳ ଦେଖାଇ ପ୍ରକଳ୍ପ କାର୍ଯ୍ୟ କୁ ଆରମ୍ଭ କରୁନଥିବା ବିଭିନ୍ନ ମହିଳା ସଙ୍ଗଠନର ସଦସ୍ୟ ମାନେ ବିଡିଓ ଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ଗଂଜାମ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ତା'ନହେଲେ ଆସନ୍ତା ଦିନରେ ମହିଳା ମାନେ ଧାରଣା ଦେବେ ବୋଲି ଅଭିଯୋଗ ହୋଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୦/୨୦୨୧---୧୦,୪୦
Sakhigopal News,2/10/2021