Breaking News

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର




ଜଟଣୀ ---ଖୋର୍ଦ୍ଧାରୋଡ଼ ମଣ୍ଡଳ ଅଧୀନ ତାପଙ୍ଗ ରେଳ ଷ୍ଟେସନର ରେଳଧାରଣାରୁ ଏକ ମହିଳାଙ୍କ ମୃତଦେହ ମିଳିଛି । ସୁଚନା ମୁତାବକ ଆଜି ସକାଳ ୭. ୩0 ମିନିଟ ସମୟରେ ତାପଙ୍ଗ ରେଳ ଷ୍ଟେସନର ଅନତି ଦୂରରେ km. no.473/13-15 ଠାରେ ଏକ ୫0 ବର୍ଷୀୟ ମହିଳା ମାଲବାହି ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ଘଟିବା ପରେ ମାଲବାହି ଟ୍ରେନର ଗାର୍ଡ ଏବଂ ପାଇଲଟ ସଙ୍ଗେ ସଙ୍ଗେ ନିକଟବର୍ତ୍ତୀ  ଖୋର୍ଦ୍ଧାରୋଡ଼ ଷ୍ଟେସନକୁ ଅବଗତ କରାଇଥିଲେ । ପରବର୍ତ୍ତୀ ସମୟରେ ଖୋର୍ଦ୍ଧାରୋଡ଼ ଜିଆରପି ଘଟଣା ସ୍ଥଳରୁ ଶବକୁ ଉଦ୍ଧାର କରିଥିଲେ । ଖୋର୍ଦ୍ଧାରୋଡ ଜିଆରପି କେସ ନଂ 38/21 ରେ ଏକ ଅପମୄର୍ତ୍ୟୁ ମାମଲା ରୁଜୁ କରି ତାର ତଦନ୍ତ ଜାରି ରହିଛି । ସନ୍ଧ୍ୟା ସୁଦ୍ଧା ମହିଳାଙ୍କ କୌଣସି ପରିଚୟ  ମିଳିନଥିବା ଜିଆରପି ପକ୍ଷରୁ ସୂଚନା ମିଳିଛି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୧୦/୨୦୨୧----୧୦,୪୬  Sakhigopal News,2/10/2021 

Blog Archive

Popular Posts