ଜଟଣୀ ପ୍ରେସକ୍ଲବ ତରଫରୁ ଗାନ୍ଧୀଜୟନ୍ତୀ ପାଳିତ
ଜଟଣୀ --୧୫୨ ତମ ଗାନ୍ଧୀଜୟନ୍ତୀ ପାଳନ ଅବସରରେ ଜଟଣୀ ପ୍ରେସକ୍ଲବ ପକ୍ଷରୁ ସ୍ଥାନୀୟ ଗାନ୍ଧୀପାର୍କରେ ଅବସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପ୍ରେସକ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ ସମଗ୍ର ବିଶ୍ୱ ଉପଲବ୍ଧି କରିଥିବା ଗାନ୍ଧିଜୀଙ୍କ ଅହିଂସାର ମହତ୍ତ୍ୱ ଏବଂ ଜାତି ପାଇଁ ଥିବା ତାଙ୍କ ଅବଦାନ ସମ୍ପର୍କରେ ମତ ରଖିଥିଲେ । ଗାନ୍ଧୀଜୟନ୍ତୀ ଅବସରରେ କ୍ଲବର ସଭାପତି ମହମ୍ମଦ ଇସ୍ମାଇଲ ଅଲ୍ଲୀ, ସାମ୍ବାଦିକ ହରିହର ସ୍ୱାଇଁ, ସୁବ୍ରତ ନାୟକ, ରଙ୍ଗନାଥ ବେହେରା, ସଂଜୀବ କୁମାର ପ୍ରମ୍ମୁଖ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଶୁବେଛା ବାର୍ତ୍ତା ପ୍ରଦାନ କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୧୦/୨୦୨୧----୧୦,୫୦ Sakhigopal News,2/10/2021