Breaking News

ଚନ୍ଦନକାଠ ଚାଲାଣ ବେଳେ , ୨ ଗିରଫ , ଚନ୍ଦନକାଠ ଜବତ

 
ଭଞ୍ଜନଗର-- ଚନ୍ଦନକାଠ ଚୋରା ଚାଲାଣ ବେଳେ  ବେଲଗୁଣ୍ଠା ଥାନା ପୋଲିସ ବାଇକ୍ ସହ ୧୩ କିଲୋ ୫୦୦ ଗ୍ରାମ  ଚନ୍ଦନ କାଠ ଓ  ଦୁଇ ମାଫିଆଙ୍କ  ଗିରଫ କରିଛି । ଥାନାଧିକାରୀ ଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଉ,  ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗଜିନ୍ଦ୍ରା ଗାଁ ନିକଟ ରୁ ଚନ୍ଦନ ଗଛକାଟି , ତାହାକୁ ଖଣ୍ଡ ଖଣ୍ଡ କରି  ବାଇକ୍ ସାହାଯ୍ୟରେ ,  ପୁରୁଷୋତ୍ତମପୁର ଥାନା ଅଞ୍ଚଳକୁ  ଚାଲାଣ ହେଉଥିବା ପୋଲିସ ଖବର ପାଇଥିଲା  । ଖବରପାଇ ବେଲଗୁଣ୍ଠା ଥାନାଧିକାରୀ ଓ ପୋଲିସ ଟିମ୍ , ଆମ୍ବପୁଆ ନିକଟରେ ଚଢ଼ାଉ କରି ଦୁଇ ଚନ୍ଦନକାଠ ମାଫିଆ ଙ୍କୁ ଧରିଥିଲେ । ସେମାନଙ୍କୁ ଜେରା ପରେ ଜଣାପଡିଥିଲା  ସେମାନେ ମଉକା ଦେଖି ଏଭଳି ଚନ୍ଦନକାଠ ଚୋରା ଚାଲାଣ କରୁଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ , ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୋମା ଗ୍ରାମର  ଦିବାକର ନାହାକ ଏବଂ ପୋଲସରା ଥାନା ଅନ୍ତର୍ଗତ ବରେଇଝୁଳି ଗାଁ ର ସନ୍ତୋଷ ନାୟକ । ଏନେଇ ବେଲଗୁଣ୍ଠା ପୋଲିସ , ଥାନା କେଶ୍ ନମ୍ବର୨୪୨/୨୧ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ନେଇ ଥାନାଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଗତ କିଛିଦିନ ପୂର୍ବରୁ , ଆସିକା ଥାନା ଅନ୍ତର୍ଗତ କର୍ଣ୍ଣୋଳି ଗାଁ ନିକଟ ଏକ ଆଶ୍ରମ ରୁ ଚନ୍ଦନ କାଠ ଚୋରି କରୁଥିବା ବେଳେ , ସ୍ଥାନୀୟ ଲୋକଙ୍କ ଦ୍ବାରା ଧରାପଡ଼ି , ଆସିକା ପୋଲିସ ଦ୍ବାରା ଗିରଫ ହୋଇଥିଲେ ବାହାର ରାଜ୍ୟ ର ଚନ୍ଦନକାଠ ମାଫିଆ । ପୁଣି ଏବେ ବେଲଗଣ୍ଠା ଥାନା ଅଞ୍ଚଳରେ ଧରାପଡ଼ିବା ପରେ , ଏବେ ଚନ୍ଦନକାଠ ମାଫିଆ ମାନେ ସକ୍ରିୟ ହୋଇଥିବା କୁହାଯାଉଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୧୦/୨୦୨୧---- ୮,୪୫  
Sakhigopal News,1/10/2021

Blog Archive

Popular Posts