Breaking News

ଅନଧିକୃତ ଯାତ୍ରୀ, ବିକ୍ରେତା ଏବଂ ସଂରକ୍ଷଣ କାଉଣ୍ଟରରେ ଦଲାଲ୍ ମାନଙ୍କୁ ରୋକ , ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ୱାରା ସପ୍ତାହ ବ୍ୟାପି ଅଭିଯାନ


ଜଟଣୀ ---  ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ, ଖୋର୍ଦ୍ଧା ରୋଡ଼, ଶ୍ରୀ ଅମିତେଶ ଆନନ୍ଦଙ୍କ ନେତୃତ୍ୱ ରେ ପ୍ଲାଟଫର୍ମ, ଟ୍ରେନରେ ଅନଧିକୃତ ପ୍ରବେଶକୁ ବନ୍ଦ କରିବା ଏବଂ ଯାତ୍ରୀ ସଂରକ୍ଷଣ ସେବା (PRS) କାଉଣ୍ଟରରେ ଅସଦାଚରଣ ଏବଂ ଦଲାଲ୍ କାର୍ଯ୍ୟକଳାପକୁ ରୋକିବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର  ଏକ ସପ୍ତାହ ବିଶେଷ ଅଭିଯାନ ଚାଲିଛି । 

ବାଣିଜ୍ୟିକ ଅଧିକାରୀ, ବାଣିଜ୍ୟିକ ନିରୀକ୍ଷକ, କ୍ୟାଟରିଂ ନିରୀକ୍ଷକ, ଟିକେଟ୍ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷା ବଳଙ୍କୁ ନେଇ ଏକ ଟିମ୍  ଗଠନ କରାଯାଇଛି ।ଡିଭିଜନ୍ ଦେଇ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନରେ ଏବଂ ଭୁବନେଶ୍ୱର, କଟକ, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ୍, ବ୍ରହ୍ମପୁର, ପଲାସା ଇତ୍ୟାଦି ଷ୍ଟେସନରେ ସମସ୍ତ ଭ୍ରମଣକାରୀ ଯାତ୍ରୀଙ୍କ ଟିକେଟ୍ ଅଛି କି ନାହିଁ ଯାଞ୍ଚ କରାଯାଇଛି । ଅନିୟମିତ ଟିକେଟ୍ ଥିବା ଏବଂ ବିନା ଟିକେଟ୍ ଥିବା ଯାତ୍ରୀଙ୍କୁ ଦଣ୍ଡିତ କରାଯାଇଛି ।
ଟ୍ରେନ୍ ଏବଂ ପ୍ଲାଟଫର୍ମରେ ଅନଧିକୃତ ବିକ୍ରେତାଙ୍କ ପ୍ରବେଶକୁ ରୋକିବା ପାଇଁ ପରବର୍ତ୍ତୀ ଯାଞ୍ଚ ମଧ୍ୟ କରାଯାଇଥିଲା | ବର୍ତ୍ତମାନ କୋଭିଡ ପ୍ରୋଟୋକଲ୍ ହେତୁ କୈ।ଣସି ରନ୍ଧା ଖାଦ୍ୟ ଟ୍ରେନରେ  ବିକ୍ରୟ ନିମନ୍ତେ   ଅନୁମତି ନାହିଁ ।  ପାନ୍ଟ୍ରି କାରରେ କେବଳ ତତ୍କାଳ ପ୍ରସ୍ତୁତ ଖାଦ୍ୟ ସେବା ଉପଲବ୍ଧ ଅଛି ।ବର୍ତ୍ତମାନ, କେବଳ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ଡିଭିଜନ୍ ମଧ୍ୟ ଦେଇ ଚାଲୁଛି | ତେଣୁ ପାସେଞ୍ଜର ରିଜର୍ଭେସନ୍ ସର୍ଭିସ (PRS) କାଉଣ୍ଟରରେ ଅପବ୍ୟବହାର ଏବଂ ଦଲାଲ୍ କାର୍ଯ୍ୟକଳାପ ଉପରେ ଯାଞ୍ଚ କରିବାକୁ ବାଣିଜ୍ୟିକ ଅଧିକାରୀ, ନୀରିକ୍ଷକ ଏବଂ ଆରପିଏଫ୍ କର୍ମଚାରୀଙ୍କ ଦ୍ବାରା ମିଳିତ ଯାଞ୍ଚ କରାଯାଇଥିଲା, । କରୋନା ଭୁତାଣୁ ବିସ୍ତାରକୁ ରୋକିବା ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପ୍ଲାଟଫର୍ମ ଏବଂ ଟ୍ରେନରେ ବିନା ମାସ୍କରେ ଯାତ୍ରୀ ମାନେ ଯାତ୍ରା ନକରିବେ ।ମାସ୍କ ପିନ୍ଧି ନଥିବା ଯାତ୍ରୀଙ୍କୁ ପେନାଲ୍ଟି କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଏହି ପ୍ରକାରର ସ୍ୱତନ୍ତ୍ର ଡ୍ରାଇଭ୍ ପାଇଁ ଡିଭିଜନ୍ ଯୋଜନା କରୁଛି । ଯାହା ଫଳରେ ଯାତ୍ରୀମାନଙ୍କ ପାଇଁ ଆରାମଦାୟକ ଏବଂ ସୁରକ୍ଷିତ ଯାତ୍ରା ନିଶ୍ଚିତ ହେବ  ବୋଲି ଜଣାପଡିଛି ।
ଜଟଣୀ --ରଙ୍ଗନାଥ ବେହେରା ୧୩/୭/୨୦୨୧-----୧୦,୩୦ Sakhigopal News,13/7/2021

Blog Archive

Popular Posts