ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ବିହନ, ସାର ଓ କୀଟନାଶକ ଯୋଗାଇ ଦେବାକୁ ଦାବି
ଡେଲାଙ୍ଗ -----=ଡେଲାଙ୍ଗ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ଚାଷୀ ମାନଙ୍କର ଆବଶ୍ୟକ ଅନୁଯାୟୀ ବିହନ, ସାର ଓ କୀଟନାଶକ ଯୋଗାଇ ଦେବାକୁ ଦାବି କରିଛନ୍ତି । ଏହି ଅବସରରେ ବେରବୋଇ ଠାରେ ସଂଗଠନର କର୍ମୀ ମାନେ ହାତରେ ପ୍ଳାକଡ ଓ ବ୍ୟାନର ଧରି ଦାବି ସପ୍ତାହ ଅବସରରେ ପ୍ରତିବାଦ କରିଥିଲେ । ଅନୁଷ୍ଠିତ ପ୍ରତିବାଦ ସଭାରେ ସଂଗଠନର ରାଜ୍ୟ ସମ୍ପାଦକ କମ୍ରେଡ ରଘୁନାଥ ଦାସ ଯୋଗ ଦେଇ ବିଜେଡି ସରକାର ୨୦ କିଲୋ ବିହନକୁ ୪୫୮ ଟଙ୍କା ଧାର୍ଯ୍ୟ କରିଥିଲେ ମଧ୍ୟ ସଠିକ ସମୟରେ ସଠିକ ବିହନ ଯୋଗାଇ ପାରୁନାହାନ୍ତି । ଯାହା ଫଳରେକି ଚାଷୀ ବାଧ୍ୟ ହୋଇ ଖୋଲା ବଜାରରୁ ୭ଶହ ଟଙ୍କାରେ ୨୦କିଲୋ ଧାନ ବିହନ କିଣିବାକୁ ବାଧ୍ୟ ହେଉଛି ବୋଲି ଶ୍ରୀ ଦାସ କହିଛନ୍ତି । ସେହିପରି ୟୁରିଆ ସାର ୫୦ କେଜିକୁ୩୭୮ ଟଙ୍କା ରହିଥିବା ବେଳେ ନ ମିଳିବାରୁ ଚାଷୀ ଚୋରାରେ ୮ଶହରୁ ୯ଶହ ଟଙ୍କାରେ ସାର କିଣିବାକୁ ବାଧ୍ୟ୍ ହେଉଛି । ଚାଷୀଙ୍କୁ ସଠିକ ସମୟରେ ବିହନ, ସାର ଓ କୀଟନାଶକ ଯୋଗାଇ ନ ଦେଲେ ରାଜରାସ୍ତାକୁ ଓହ୍ଳାଇବୁ ବୋଲି କମ୍ରେଡ ଶ୍ରୀ ଦାସ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ କମ୍ରେଡ ଦୀନବନ୍ଧୁ ପରିଡା, ବେରବୋଇ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜକିଶୋର ଆଳୁକ, ବଟକୃଷ୍ଣ ସ୍ୱାଇଁ, ପଦ୍ମଚରଣ ଜେନା ପ୍ରମୁଖ ୭ ଦଫା ସମ୍ମଳିତ ଏକ ଦାବି ପତ୍ର ପୁରୀ ଜିଲ୍ଲାପାଳଙ୍କ ମାଧ୍ୟମରେ ଅନଲାଇନିରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୩/୭/୨୦୨୧----୭,୪୦
Sakhigopal News, 13/7/2021