Breaking News

ଚିକିତ୍ସାରେ ବାଧକ ସାଜିଛି ଅର୍ଥ , ହାତ ଓ ଗୋଡ଼ରେ ପଡ଼ିଛି କଡ଼ାା: ରିନଟୁକୁ ସାହାର୍ଯ୍ୟ କରିବାକୁ ମା'ର ନିବେଦନ


 ଭେଡେନ----ବରଗଡ ଜିଲ୍ଲା ଭେଡେନ ବ୍ଲକ ତାଲମେଣ୍ଡା ପଞ୍ଚାୟତର ସହଁରାଟିକରା ଗ୍ରାମରେ ଏକ ନିସହାୟ ଓ ଅସହାୟ ପରିବାର ବସବାସ କରନ୍ତି। ପରିବାର କହିଲେ ମା ଓ ପୁଅ । ପୁଅ ହେଉଛି ମାନସିକ ବିକାର ଗସ୍ତ ।  ଜମି ବାଡି କିଛି ନାହିଁ ଅନ୍ୟ ର ଜାଗା ରେ କୁଡିଆ ଘର କରି ଆଶ୍ରୟ ନେଇଛନ୍ତି। ଗତ ତିନି ବର୍ଷ ହେଲା ସ୍ବାମୀ ଆରପାରିକୁ ଚାଲିଗଲେଣି। ବର୍ତମାନ ହାରା ମୁଦୁଲି ଏକ ମାତ୍ର ପୁଅ ରିନଟୁ ମୁଦୁଲି ବୟସ ୨୬ । ଜଣେ ମାନସିକ ରୋଗୀ ତାଙ୍କର ହାତ, ଗୋଡ ରେ ଲୁହା ଶିକୁଳି ଲାଗି ରହିଛି । ମାଆ ହାରା ଅନ୍ୟ କାମ କରିବାକୁ ଇଚ୍ଛା ଥିଲେ ବି ଯାଇପାରନ୍ତି ନାହିଁ। ପୁଅ ର ସେବା କରିବାରେ ତାଙ୍କର କେତେବେଳେ ସକାଳ ହୋଇ ପୁଣି ରାତି ହୋଇଯାଏ  ଜାଣି ପାରନ୍ତି ନାହିଁ  ମା ସାରା । ପୁଅ ର ସମସ୍ତ ନିତ୍ୟକର୍ମ କରିବାକୁ ପଡିଥାଏ। ବର୍ତମାନ ସରକାରୀ ସାହାଯ୍ଯ କହିଲେ ବିଧବା ଭତ୍ତା ଓ ପୁଅ ର ଦିବ୍ଯାଙ୍ଗ ଭତ୍ତା ସହିତ ବିପିଏଲ୍ ଚାଉଳ ୧୦ କେଜି । ବର୍ତମାନ ପୁଅର ଔଷଧ ଖର୍ଚ୍ଚ ବାବଦରେ ମାସକୁ ୨୦୦୦ ହଜାର  ଟଙ୍କା ଦରକାର । ଫଳରେ ଉଭୟ ମା ଓ ପୁଅ ଚଳିବା କଷ୍ଟ ସାଧ୍ୟ ହୋଇ ଯାଇଛି । ଭାଗ୍ଯ ର ବିଡମ୍ବନା ପୁଅ ମାର ସେବା କରିବା କଥା କିନ୍ତୁ ମା ଏବେ ପୁଅ ର ସେବା କରିବାକୁ ପଡୁଛି। ସରକାରଙ୍କ ର କେତେ କେତେ  ଜନ ହିତକାରୀ ଯୋଜନା କରାଯାଉଛି । ମାତ୍ର ଏ ଅସହାୟ ମା ଓ ପୁଅଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ହୋଇଯାଇଛି । ଏ  ପରିବାର କୁ ରହିବାପାଇଁ ଡିହ ଓ ସରକାରୀ ଚିକିତ୍ସା ଯୋଗାଇ ଦେବାକୁ ମା ହାରା ସରକାର ଙ୍କୁ ଆକୁଳ ନିବେଦନ କରିଛନ୍ତି ।  ସଠିକ ଚିକିତ୍ସା କରାଗଲେ ପୁଅ ଭଲ ହୋଇଯିବ ବୋଲି ମା ହାରା କହନ୍ତି।। ଜିଲ୍ଲାପାଳ ଓ ସିଡିଏମଓ ଉକ୍ତ ପରିବାର କୁ ସରକାରୀ ସହାୟତା ଓ ବେସରକାରୀ ସ୍ତରରେ ସାହାର୍ଯ୍ୟ ଯୋଗାଇଦେବା ପାଇଁ ଅଞ୍ଚଳବାସୀ  ଦାବି କରିଛନ୍ତି।
ଭେଡେନ ର ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,
ସାକ୍ଷୀଗୋପାଳନିଉଜ , ୧୩/୭/୨୦୨୧। -----୧୦,୦୦ Sakhigopal News,13/7/2021

Blog Archive

Popular Posts