Breaking News

ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା “ଚିୟର୍ ଫର୍ ଇଣ୍ଡିଆ” ଅଭିଯାନ



ଜଟଣୀ ------ଭାରତର ସ୍ପୋର୍ଟସ ଅଥରିଟି ଏବଂ ଇଣ୍ଡିଆନ୍ ଅଲିମ୍ପିକ୍ସ ଆସୋସିଏସନ ମିଳିତ ଭାବେ ଟୋକିଓ ଅଲିମ୍ପିକ୍ସ -2021 ପାଇଁ ଯୋଗ୍ୟତା ଅର୍ଜନ ହାସଲ କରିଛନ୍ତି । କ୍ରୀଡ଼ା ବ୍ୟକ୍ତିବିଶେଷଙ୍କ ସମର୍ଥନ କରିବା ପାଇଁ ଏକ ଦେଶବ୍ୟାପୀ ଉସ୍ଛାହ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଦେଶବ୍ୟାପୀ ଅଭିଯାନରେ ଅଂଶ ଗ୍ରହଣ କରି ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ, ପୂର୍ବ ତଟ ରେଳ ସ୍ପୋର୍ଟସ୍ ଷ୍ଟାଡିୟମ୍, ଖୋର୍ଦ୍ଧା ରୋଡ଼, ରେଳ ଷ୍ଟେସନ୍ ଏବଂ ମଣ୍ଡଳ ରେଳ ପ୍ରବନ୍ଧକ ଙ୍କ କାର୍ଯ୍ୟାଳୟରେ ସେଲଫି ପଏଣ୍ଟ ସ୍ଥାପନ କରାଯାଇଛି । ଅଂଶଗ୍ରହଣ କରୁଥିବା ଆମ ଦେଶର କ୍ରୀଡ଼ା ବ୍ୟକ୍ତିବିଶେଷଙ୍କ ମନୋବଳକୁ ବୃଦ୍ଧି କରି ସେମାନଙ୍କୁ ଉତ୍ସାହିତ କରିବା ଏବଂ ଆମର ଦୈନନ୍ଦିନ ଜୀବନରେ ଫିଟନେସ୍ ଏବଂ କ୍ରୀଡ଼ାର ମହତ୍ତ୍ୱ ବିଷୟରେ ଲୋକଙ୍କୁ ସଚେତନ  କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ । ଏହି ଅଭିଯାନରେ ଶ୍ଶିକାନ୍ତ ସିଂହ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା)  କଲ୍ୟାଣ ପଟ୍ଟନାୟକ ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳର କ୍ରୀଡ଼ା ଅଧିକାରୀ   ଆନନ୍ଦ ସିଂହଙ୍କ ସହ ଅନ୍ୟ ଶାଖା ଅଧିକାରୀ ତଥା ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିମାନେ ଫଟୋ ଉଠାଇଥିଲେ। 2021 ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆମ ଦେଶର କ୍ରୀଡ଼ା ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ କରିବା ପାଇଁ ଡି ଆର୍ ଏମ୍  କାର୍ଯ୍ୟାଳୟରେ  ସେଲଫି ପଏଣ୍ଟରେ ଫଟୋ ଉତ୍ତୋଳନ କରିଥିଲେ ।
 ଭାରତୀୟ ରେଳବାଇର କ୍ରୀଡ଼ା ବ୍ୟକ୍ତିବିଶେଷଙ୍କ ଏକ ବୃହତ ଦଳ ଟୋକିଓ ଅଲିମ୍ପିକ୍ସ- 2021 ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ରେଳ ପ୍ରତିନିଧିତ୍ୱ କରୁଥିବା ସମସ୍ତ କ୍ରୀଡ଼ା ବ୍ୟକ୍ତିଙ୍କୁ ଶ୍ରୀ ସିଂହ ଶୁଭେଚ୍ଛା ଜଣାଇଛନ୍ତି। ଟୋକିଓ ଅଲିମ୍ପିକ୍ସ -2021 ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ କ୍ରୀଡ଼ା ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ କରିବା ପାଇଁ ସେଲଫି ପଏଣ୍ଟରେ ସେଲଫି ନେଇ “ଚିୟର ଇଣ୍ଡିଆ ଅଭିଯାନ” ରେ ଭାଗ ନେବାକୁ ସେ ସମସ୍ତ ରେଳ ବ୍ୟବହାରକାରୀ, କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ନିବେଦନ କରି । ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, କଟକ, ଭଦ୍ରକ ଏବଂ ଯାଜପୁର-କେନ୍ଦୁଝର ରୋଡ ଭଳି ସମସ୍ତ ପ୍ରମୁଖ ରେଳ ଷ୍ଟେସନରେ ସେଲଫି ପଏଣ୍ଟ ସ୍ଥାପନ କରାଯାଇଛି।“ଚିୟର୍ ଫର୍ ଇଣ୍ଡିଆ” ଅଭିଯାନ ପାଇଁ ଉଦ୍ଦିଷ୍ଟ ପଦକ୍ଷେପ ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ର କ୍ରୀଡା ଅଧିକାରୀ ତଥା ଡିଭିଜନାଲ ଇଲେକ୍ଟ୍ରିକାଲ ଇଞ୍ଜିନିୟର (ଅପରେସନ୍)  ଆନନ୍ଦ ସିଂହଙ୍କ ମାର୍ଗଦର୍ଶନ ରେ ନିଆଯାଇଛି।
ଜଟଣୀ --ରଙ୍ଗନାଥ ବେହେରା ,୧୬/୭/୨୦୨୧---- ୯,୨୦ Sakhigopal News,16/7/2021

Blog Archive

Popular Posts