ଭେଡେନ ରେ ଟୀକାକରଣ ଉପରେ ଗୁରୁତ୍ୱ
ଭେଡେନ :-ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୧୮ ବର୍ଷରୁ ଉର୍ଦ୍ଧ୍ବ ଜନସାଧାରଣ ଙ୍କୁ ଦୁଇଟି ଟୀକାକରଣ କେନ୍ଦ୍ର ଖୋଲାଯାଇଥିଲା । ଗୋଟିଏ ରେ ୨୭୫ ଓ ଅନ୍ୟ ଟିରେ ୧୭୬ ଜଣ ଟୀକା ନେଇଥିଲେ। ସେହିପରି ରେମଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ୨୦୯ ଜଣ, ରେଶମ ଓ ଗଣ୍ଡତୁରୁମ ଠାରେ ୨୦୯ ଜଣ ଙ୍କୁ ଟୀକାକରଣ କରାଯାଇଛି। ମୋଟ ୧୦୬୦ ଜଣ ଙ୍କୁ ଟୀକାକରଣ କରାଯାଇଛି । ଟୀକା ଆସିଲେ ପୁଣି ଟୀକାକରଣ କରାଯିବ ବୋଲି ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି ।ବିଶେଷ ଭାବରେ ୧୮ ବର୍ଷରୁ ଉର୍ଦ୍ଧ୍ବ ଯୁବକ ଓ ଯୁବତୀ ମାନେ କରୋନା ଟୀକା ନେବା ସମୟରେ ଉତ୍ସାହିତ ହୋଇ ଟୀକା ନେଉଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ ,
ସାକ୍ଷୀ ଗୋପାଳନିଉଜ ,୧୬/୭୨୦୨୧---୯,୦୦ Sakhigopal News,16/7/2021