Breaking News

୭୨ତମ ବନମହୋତ୍ସବ ପାଳିତ



  ଭଞ୍ଜନଗର---    ସ୍ଥାନୀୟ ଚନ୍ଦ୍ରଶେଖର ଆଂଚଳିକ ବାଳିକା ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବିପ୍ରଚରଣ ବାରିକଙ୍କ ସଭାପତିତ୍ୱରେ ୭୨ତମ ବନମହୋତ୍ସବ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଘୁମୁସର ଉତର ବନଖଣ୍ଡର ଡ଼ିଏଫ୍ଓ ଅଭୟକାନ୍ତ ଦଲାଇ ଯୋଗଦେଇଥିବା  ମୁଖ୍ୟବକ୍ତା ସମାଜସେବୀ ଶୂଳପାଣୀ ଶତପଥୀ  ଛାତ୍ରୀମାନଙ୍କୁ ବନମହୋତ୍ସବ ସମ୍ପର୍କରେ ଅବଗତ କରାଇଥିଲେ ସମ୍ମାନୀତ ଅତିଥିଭାବେ ନିଗମାନନ୍ଦ ଏଜୁକେଶନ ସେଣ୍ଟରର ସମ୍ପାଦକ ଚିନ୍ମୟ କୁମାର ବେବର୍ତା, ସ୍ୱେଚ୍ଛାସେବୀ ପଂଚାନନ ପାଳ, ପ୍ରକୃତିପ୍ରେମୀ ନଗେନ୍ଦ୍ର ନାୟକ, ସମିତିସଭ୍ୟ ଅମରନାଥ ସ୍ୱାଇଁ ଯୋଗଦେଇଥିଲେ । ଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନପରେ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଗୌଡ଼ ଅତିଥି  ପରିଚୟ ପ୍ରଦାନ କରିଥିଲେ । ନିଗମାନନ୍ଦ ଏଜୁକେଶନ ସେଣ୍ଟର ତରଫରୁ ଚଳିତ ଦଶମ ଶ୍ରେଣୀରେ ପ୍ରଥମ ୧୪ଜଣ ଛାତ୍ରୀଙ୍କୁ ପ୍ରଶଂସା ପତ୍ର, ଗୋଟିଏ ବୃକ୍ଷ ପ୍ରଦାନ କରାଯାଇଥିଲା । ବନମହୋୋତ୍ସବ କାର୍ଯ୍ୟକ୍ରମ ପାଇଁ ପ୍ରଧାନଶିକ୍ଷକ ଶ୍ରୀ ଗୌଡ଼ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ତରଫରୁ ଗଞ୍ଜାମଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ୱାଧାରକ ଶୂଳପାଣୀ ଶତପଥୀ, ଡ଼ିଏଫ୍ଓ ଅଭୟକାନ୍ତ ଦଳାଇ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିପ୍ରଚରଣ ବାରିକଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବଣିକ ସଂଘର ସଭାପତି ବଂଶିଧର ବାରିକ, ବନବିଭାଗର ଫରେଷ୍ଟର ବବୁର ସେଠୀ, ଫରେଷ୍ଟ ଗାର୍ଡ଼ ବିନୋଦ ବିହାରୀ ପାତ୍ର, ସୁକାନ୍ତି ସାବତ, ମଦନମୋହନ ରାଉତ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ଅଭିଭାବକ ଓ ଯୁବଗୋଷ୍ଠୀ ଯୋଗଦେଇଥିଲେ । ଶେଷରେ ଶିକ୍ଷୟିତ୍ରୀ ମଧୁସ୍ମିତା ସାହୁ ଧନ୍ୟବାଦ ପ୍ରଦାନ ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ପୁଷ୍ପାଞ୍ଜଳି ମିଶ୍ର, ନମିତା କୁମାରୀ ପାଳ, ପ୍ରତିମା କୁମାରୀ ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ,୧୬/୭/୨୦୨୧,୧୦,୧୦।  Sakhigopal News 16/7/2021

Blog Archive

Popular Posts