Breaking News

ଶିକାରୀ ଗୁଳି ମାଡରେ ଶମ୍ଭର ମୃତ୍ୟୁ


 ଭଞ୍ଜନଗର-ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ କୁଲାଡ ସେକସନର ଢେପାପଲ୍ଲୀ ଗ୍ରାମ ନିକଟ  ଜଙ୍ଗଲରେ ଥିବା ନାଳରୁ ଶିକାରୀ ର ଗୁଳିମାଡ଼ରେ ଗୁରୁତର ଶମ୍ଭରକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି । ଘଟଣା ସମ୍ପର୍କରେ ବନପାଳ ଶୁଭସ୍ଥିତା ପାତ୍ରଙ୍କୁ ଖବର ଦେବା ପରେ ଘଟଣାସ୍ଥଳରେ ବନପାଳ ଶୁଭସ୍ଥିତା ପାତ୍ର ଓ ବନରକ୍ଷୀ ଅଶୋକ କୁମାର ସ୍ବାଇଁ ପହଞ୍ଜି ଗୁରୁତର ଶମ୍ଭରକୁ ଉଦ୍ଧାରକରି ଭଞ୍ଜନଗର ପଶୁ ଡାକ୍ତରଖାନାରେ  ଚିକିତ୍ସା ପାଇଁ  ଭତ୍ତି କରାଯାଇଥିଲା । ଏଠାରେ ଚିକିତ୍ସା କରାଯିବା ପରେ ଶମ୍ଭରକୁ ବନବିହାରକୁ ନିଆ ଯାଇଥିଲା । ବନ ବିହାରରେ କିଛି ସମୟ ରହିବା ପରେ ଶମ୍ଭରର ମୃତ୍ୟୁ ଘଟିଥିଲା ।ମୃତ୍ୟୁ ଶମ୍ବରକୁ ବ୍ୟବଛେଦ ପରେ ବନବିହାର ପରିସରେ ପୋତି ଦିଆଯାଇଥିଲା । ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ଘଟଣାରେ ସଂପୃକ୍ତ ଥିବା ଦେଷୀକୁ ଅତିଶୀଘ୍ର ଧରି କୋର୍ଟ ଚାଲାଣ କରାଯିବ  । ଖବର ନେବାରେ ଶମ୍ବରଟି ଢେପାପଲ୍ଲୀ ଜଙ୍ଗଲରେ ରହିଥିବା ବେଳେ କୈଣସି ଏକ ଶିକାରୀ ଉତ୍କ ଶମ୍ଭରକୁ ଗୁଳିମାଡ଼ କରିବାରୁ ଗୁରୁତର ଅବସ୍ଥାରେ ଦଉଡ଼ିବା ସମୟରେ କିଛି କୁକୁୁର ମଧ୍ୟ ଶମ୍ବରଟିର ପିଛା କରିବାରୁ ଶମ୍ବରଟି ଏକ ନାଳ ଭିତରେ ପଡିଯାଇ ଥିଲା । ଯାହା ଫଳରେ କି ସମ୍ଭରର ଅଧିକ ଅସୁସ୍ଥ ହୋଇପଡିଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ , ୧୩/୭/୨୦୨୧-----,୭,୦୦ 
Sakhigopal News,13/7/2021

Blog Archive

Popular Posts