Breaking News

ଓଡିଶା ସରସ୍ୱତୀ ପୂଜା ସମିତ ଆନୁକୂଲ୍ୟରେ ଅଳଗୁମ ଠାରେ ବୃକ୍ଷରୋପଣ ଓ ଗୋ ବଂଶ ସୁରକ୍ଷା ଅଭିଯାନ

 


ସାକ୍ଷୀଗୋପାଳ--- ଓଡିଶା ସରସ୍ୱତୀ ପୂଜା ସମିତି ପୁନେ, ମହାରାଷ୍ଟ ଓ ଆସୁ ସଂଗଠନ ଅଳଗୁମର ସହଯୋଗରେ ଅଳଗୁମ ଠାରେ = ବୃକ୍ଷ ରୋପଣ  ଓ ଗୋ ବଂଶ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ   ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।  ଗୋ ବଂଶ ସୁରକ୍ଷାସମ୍ପର୍କରେ କୋଭିଡ ଗାଇଡି ଲାଇନି ଅନୁଯାୟୀ ଏକ ପ୍ରଥପ୍ରାନ୍ତ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।  ମୁଖ୍ୟ ଅତିଥି ଭାବେ  ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ କାମାକ୍ଷା ପ୍ରସାଦ ପ୍ରଧାନ ସ୍ୱାସ୍ଥ୍ୟ କେନ୍ଦ=୍ର ପରିସରରେ ପ୍ରଥମେ ବୃକ୍ଷ ରୋପଣ  କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ନାବାର୍ଡର ସଂଯୋଜକ ପ୍ରାଚୁର୍ଯ୍ୟ ହୋତା, ସମବାୟ ପ୍ରକେଷ୍ଠ ସଂଯୋଜକ ବିଷ୍ଣୁଜୟ ମତଗଜସିଂହ , ଜିଲ୍ଲା ବିଜେପି ସମ୍ପାଦକ ଭାସ୍କର ଚନ୍ଦ୍ର ମିଶ୍ର,ସାମାଜିକ କର୍ମୀ  ତିରୁପତି ଜେନା, ଗଙ୍ଗାଧର ଛାଟୋଇ, ଅମିନ ବରାଳ, ସୁରେଶ ମହାପାତ୍ର, ଆଲୋକ ପ୍ରଧାନ, ମହାବୀର ମହିଳା ଗୋଷ୍ଠୀ ଓ ଶ୍ରୀମା ମହିଳା ଗୋଷ୍ଠୀ ର ସଭ୍ୟା ମାନେ ବୃକ୍ଷ ରୋପଣରେ ସହଯୋଗ କରିଥିଲେ ।   ରାସ୍ତାର ଉଭୟପାଶ୍ୱର୍ରେ ନିମ୍ବ, ଅଶୋକା, ରାଧାଚୁଡା, ଅଁଳା ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୪/୭/୨୦୨୧-=--୬,୪୫ 

 Sakhigopal News, 14/7/2021

Blog Archive

Popular Posts