=ଖରିଫ ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ , ପ୍ରଶିକ୍ଷଣ ନେଲେ ସମବାୟ ସମିତିର ସମ୍ପାଦକ ଓ ଡାଟା ଅପରେଟର
ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସଭାଗୃହ ପରିସରରେ ତିନୋଟି ପର୍ଯ୍ୟାୟରେ ୭ଟି ସମବାୟ ସମିତିର ୨୦୪ ଜଣ ସମ୍ପାଦକ ଓ ଡାଟା ଅପରେଟର ମାନଙ୍କୁ ଚାଷୀ ପଞ୍ଜୀକରଣ ନିମନ୍ତେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଦ୍ୱତୀୟ ପର୍ଯ୍ୟାୟରେ ପିପିଲି ଓ ସତ୍ୟବାଦୀ , ଶେଷରେ ଡେଲାଙ୍ଗ ଓ କଣାସ ବ୍ଳକର ସମବାୟ ସମିତିର ସମ୍ପାଦକ ଓ ଡାଟା ଅପରେଟର ମାନେ ଯୋଗଦେଇଥିଲୋ । କାର୍ଯ୍ୟକ୍ରମକୁ ଉପ ନିବନ୍ଧକ ସମବାୟ ସମିତି ସମୁହ ପୁରୀ ଭୀମାଦେନ ସାହି ଜଗନ୍ନାଥଙ୍କ ଫଟୋଚିତ୍ରରେ ଫୁଲ ଓ ଦ୍ୱୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ପ୍ରଶିକ୍ଷଣ ଶିବିରଟିକୁ ଉଦଘାଟନ କରିଥିଲେ । ଜିଲ୍ଲାସହକାରୀ ଯୋଗାଣ ଅଧିକାରୀ ଜାନକୀ ଭୂଷଣ ହାଉଡାସିଂ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ପୂର୍ବ ପଞ୍ଜୀକରଣ ଏ ବର୍ଷ ନବୀକରଣ ହେବନାହିଁ ଚାଷୀ ଖରିଫ ୨୦୨୧-୨୦୨୨ ବର୍ଷ ଧାନ ବିକ୍ରୟ କରିବା ପାଇଁ ସାନି ନାମ ପଞ୍ଜୀକରଣ କରିବେ । ଯେଉଁପରି ଆଗରୁ ଫର୍ମ ସହିତ ସମସ୍ତ କାଗଜପତ୍ର ସଠିକ ଭାବେ ଦାଖଲ କରିବାକୁ ପଡିବ । ସେଥିପାଇଁ ନୂତନ ନିୟମ ଲାଗୁ କରାଯାଇଛି । ନାମ ପଞ୍ଜୀକରଣ ସମୟରେ ମୁଖ୍ୟ ଆଧାର କାଡ ଦରକାର ବୋଲି ହାଉଡାସିଂ କହିଥିଲେ । ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ , ବ୍ରହ୍ମଗିରି ବ୍ଳକ ଯୋଗାଣ ଅଧିକାରୀ ଶିବ ପ୍ରସାଦ ମହାନ୍ତି, କୃଷ୍ଣପ୍ରସାଦ ବ୍ଳକର ଯୋଗାଣ ଅଧିକାରି ସତ୍ୟବତ୍ର, ସାକ୍ଷୀଗୋପାଳ ବ୍ଳକ ଯେଗାଣ ନିରୀକ୍ଷିକା ଜୟନ୍ତୀ ହରିଚନ୍ଦନ, ଅନିତା ମହାପାତ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ତଥ୍ୟ ଉପରେ ଆଲୋକପାତ କରିଥିଲେ । ଯେପରି ପୁରୀ ଜିଲ୍ଲାରେ ଧାନ କିଣାବିକା ସମୟରେ ଚାଷୀ ହଇରାଣ ନ ହୁଅନ୍ତି ସେ ଦିଗପ୍ରତି ନଜର ଦେବାକୁ କୁହାଯାଇଥିଲା । ତାଲିମ ଶିବିରକୁ ସଂଯୋଜନା କରିଥିଲେ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ହିସାବ ନୀରିକ୍ଷକ ଜଗତଜ୍ୟୋତି ସାହୁ । ନୋଡାଲ ଅଧିକାରୀ ସୁରେନ୍ଦ୍ର କୁମାର ଦତ୍ତଙ୍କ ସହିତ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ତାଲିମ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୭/୨୦୨୧-----=୬,୫୦
Sakhigopal News, 14/7/2021