Breaking News

ଜଟଣୀ ସିଆଇଟିୟୁ ର ଗଣ ପ୍ରତିବାଦ



ଜଟଣୀ -----ଖୋର୍ଦ୍ଧା ଜ଼ିଲ୍ଲା ଜଟଣୀ ବ୍ଲକରେ ଟ୍ୟାଙ୍କ ଲୋରୀ ପରିବହନ କର୍ମଚାରୀ ୟୁନିଅନ ଓ ଜଟଣୀ CITU ତରଫରୁ ଗଣ ପତିବାଦ କରାଯାଇଛି  । କରୋନା ମହାମାରୀ ସମୟରେ ପେଟ୍ରୋଲ ଡିଜେଲ ଦର ଅହେତୁକ ବୃଦ୍ଧି ପାଇବା ହେତୁ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ମୂଲ୍ୟ ଆକାଶ ଛୁଆଁ ହୋଇଛି ।ଲୋକଙ୍କର ରୋଜଗାର ଏକରକମ ଠପ ହୋଇଯାଇଛି । ଦର ବୃଦ୍ଧି ନିୟନ୍ତ୍ରଣ ହେବ କଣ ଦିନକୁ ଦିନ ଏହାକୁ ବଢାଇବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଚାଲିଛି । ମହାମାରୀ ସମୟରେ ଟ୍ୟାଙ୍କ ଲୋରୀ ୟୁନିଅନର ଡ୍ରାଇଭର,ହେଲପର ମାନେ ନିଜ ଜୀବନକୁ ବାଜି ଲଗାଇ ପେଟ୍ରୋଲ,ଡିଜେଲ ଏବଂ ଅକ୍ସିଜେନ ପରିବହନ କରିଥିଲେ ମଧ୍ୟ ସେମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରାଗଲା ନାହିଁ କିମ୍ବା କୌଣସି ସହାୟତା ଦିଆଗଲା ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ବିଭିନ୍ନ ପ୍ରକାର ର ଦାବି ଯଥା ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବନ୍ଦ କରି ସମସ୍ତ ପ୍ରକାର ଟିକସ ଉଠାଇ ଜିଏସଟି ଲାଗୁ କରିବା,ପରିବହନ ଶ୍ରମିକ ପରିବାରକୁ ଛଅ ମାସ ଯାଏଁ ମୁଣ୍ଡ ପିଛା ଦଶକିଲୋ ଚାଉଳ ଓ ରାସନ ଯୋଗାଇଦେବା । ଟ୍ୟାଙ୍କ ଲୋରୀ ୟୁନିଅନ ଡ୍ରାଇଭର ହେଲପର ଏବଂ ପରିବହନ ଶ୍ରମିକ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା। ପ୍ରତି ପରିବହନ ଶ୍ରମିକକୁ 50ଲକ୍ଷ ଟଙ୍କାର ବୀମା ଭୁକ୍ତ କରାଇବା । ଏଭଳି ବିଭିନ୍ନ ଦାବିକୁ ନେଇ CITU ଏବଂ ଟ୍ୟାଙ୍କ ଲୋରୀ ଶ୍ରମିକ ୟୁନିଅନ ତରଫରୁ ଆଜି ଜଟଣୀ IOCL ସମ୍ମୁଖରେ ଗଣ ପ୍ରତିବାଦ କରାଯାଇଥିଲା । ଏଥିରେ CITU ର ବରିଷ୍ଠ କର୍ମକର୍ତା ନିରଞ୍ଜନ ବେହେରା,ହାଡିବନ୍ଧୁ ବେହେରା, ଜମ୍ବେଶ୍ୱର ସ୍ୱାଇଁ,ଗଣେଶ ବେହେରା, ଶିବ ପାତ୍ର ପ୍ରମୁଖ ଯୋଗଦେଇଥିଲେ ।  ୫୦ ରୁ ଉର୍ଦ୍ଧ୍ଵ କର୍ମୀଙ୍କୁ ନେଇ ଜଟଣୀ ବଜାର ପରିକ୍ରମା କରିବା ସହ IOCL ଗେଟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜଟଣୀ ରୁ ରଙ୍ଗନାଥ ବେହେରା,୧୫/୭/୨୦୨୧----୧୦,୧୫---- Sakhigopal News,15/7/2021

Blog Archive

Popular Posts