Breaking News

ଆବାସ ଯୋଜନା ତାଲିକା ତଦନ୍ତ ସମୟରେ ଡେଲାଙ୍ଗ ବ୍ଳକ ଏବିଡିିଓଙ୍କୁ ଆକ୍ରମଣ ; ଥାନାରେ ଅଭିଯୋଗ, ଜଣେ ଅଟକ

 ଡେଲାଙ୍ଗ-----ଡେଲାଙ୍ଗ ବ୍ଲକ ଏବିଡିଓ ଓ ବ୍ଳକର କର୍ମଚାରୀଙ୍କୁ ଆକ୍ରମଣ କରିଥିବା ନେଇ ଡେଲାଙ୍ଗ ଥାନାରେ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । । ଅଭିଯୋଗକୁ ଗ୍ରହଣ କରି ଡେଲାଙ୍ଗ ଥାନାରେ କେସ ନମ୍ବର ୧୬୩/୨୧ରେ ଏକ ମାମଲା ରୁଜୁ କରାଯିବା ସହିତ ପୁଲିସ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ମାତ୍ର ମୁଖ୍ୟ ଅଭିଯୁକ୍ତ ଫେରାର ରହିଥିବା ଜଣାପଡିଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଡେଲାଙ୍ଗ କୋଠବାଡ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ଆବାସ ଯୋଜନାରେ  ସାମିଲ ହୋଇଥିବା ଓ ବାଦ ପଡିଥିବା ବ୍ୟକ୍ତି ବିଶେଷଙ୍କ  ତଥ୍ୟ ସଂଗ୍ରହ କରିବା ସହ ତଦନ୍ତ  କରୁଥିବା ବ୍ଲକ ପକ୍ଷରୁ ଏକ ଟିମ  ଉପରେ ଆକ୍ରମଣ କରାଯାଇଛି । = ଜଣେ ନିସାଶକ୍ତ ଯୁବକ ହଠାତ ତଦନ୍ତକାରୀ ଟିମ୍ କୁ ଗାଳି ଗୁଲଜ କରିବା ସହିତ ଏବିଡିଓ ପ୍ରଦୀପ୍ତ ନାୟକଙ୍କୁ ଧକ୍କାମରା ମରି କରିଥିଲା । ଏହାକୁ ଅନ୍ୟ କର୍ମଚାରୀ ମାନେ ବିରୋଧ କରିବାରୁ ନିଶାସକ୍ତ ଯୁବକ ଜଣଙ୍କ  ଜଣେ ପଞ୍ଚାୟତ ଅଧିକାରୀଙ୍କୁ କଟୁରୀରେ ଆକ୍ରମଣ କରିଥିଲେ । ସେ ଆହତ ହୋଇଥିବା ବିଡିଓ ଶ୍ରୀ ଷଡଙ୍ଗୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅନ୍ୟ ପକ୍ଷେ  ଖୁବଶିଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକ ସୁଚନା ଦେଇଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, =୧୫/୭/୨୦୨୧----୧୧,୦୦

  Sakhigopal News, 15/7/2021

Blog Archive

Popular Posts