ହତାଶ ପ୍ରେମିକ ପ୍ରେମିକାର ତଣ୍ଟିକାଟି ଦେବା ପରେ ପ୍ରେମିକ ବିଷ ଖାଇ ଆମହତ୍ୟା
ଭଞ୍ଜନଗର- ଅଭବାନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ତୁଳସୀପଲ୍ଲୀ ଗ୍ରାମରେ । ପ୍ରେମିକ କାହ୍ମ ସାହୁ ପ୍ରେମିକା ପୂଜା ଘଡେଇ ପ୍ରେମିକ କାହ୍ମ ପ୍ରେମିକା ପୂଜାର ତଣ୍ଟିକାଟି ଦେବା ପରେ କାହ୍ମ ମଧ୍ୟ ବିଷ ପିଇ ଆମ୍ରହତ୍ୟା କରିଥିବା ବେଳେ ପ୍ରେମିକା ପୂଜା ମୃତ୍ୟୁ ସହ ସଂଗ୍ରାମ କରୁଛି ବ୍ରହ୍ମପୁର ବଡ ଡାକ୍ତରଖାନାରେ । ଖବର ନେବାରେ ତୁଳସୀପଲ୍ଲୀ ଗ୍ରାମର କାହୁ ଓ ପୂଜାଙ୍କ ମଧ୍ୟରେ ବହୁ ବର୍ଷ ହେଲା ପ୍ରେମ ସଂପର୍କ ରହିଥିଲା । ଜୁଲାଇ ମାସ ୭ତାରିଖରେ ପୂଜାର ପରିବାର ସେହି ଗ୍ରାମର ଜଣେ ଯୁବକ ସହ ବିବାହ କରିଥିଲେ । ବିବାହର ୭ ଦିନ ପରେ କେଠାମୋଲାଣୀ କରିବା ପାଇଁ ବାପା ଘରକୁ ପୂଜା ଆସିଥିଲା । ଏହାର ସୁଯୋଗ ନେଇ ପ୍ରେମିକ କାହ୍ମ ୧୪ ତାରିଖ ରାତ୍ର ସମୟରେ ପ୍ରେମିକା ପୂଜାକୁ ଏକ ନିଛାଟିଆ ସ୍ଥାନକୁ ଡାକିବା ସହ କଥାବାର୍ତ୍ତା ହୋଇଥିଲେ । କୈଣସି କଥାକୁ ନେଇ କାହ୍ନୁ ତାର ପ୍ରେମିକା ପୂଜାର ତଣ୍ଟିକାଟି ଦେବାପରେ ନିଜେ କାହୁ ମଧ୍ୟ ବିଷ ପିଇ ଦୁହେଁ ଗୁରୁତର ହେଇ ସେଠାରେ ତଳେ ପଡି ଛଟ ପଟ ହେଉଥିଲେ । କୈଣସି ସୁତ୍ରରୁ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଜି ଗୁରୁତର ଅବସ୍ଥାରେ ଦୁହେଁକୁ ଉଦ୍ଧାର କରି ଭଞ୍ଜନଗର ପରେ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପ୍ରେମିକ କାହ୍ମଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରେମିକା ପୂଜା ମୃତ୍ୟୁ ସହ ଏବେ ସଂଘର୍ଷ କରୁଥିବା ଜଣାପଡିଛି । ଖବର ହସ୍ତଗତ ହେବା ପର୍ଯ୍ୟନ୍ତ ଭଞ୍ଜନଗର ଥାନାରେ ଅଭିଯୋଗ ହେଇନଥିବା ଥାନାଧିକାରୀ ସୁଦିପ୍ର କୁମାର ସାହୁ କହିଛନ୍ତି ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ , ୧୫/୭/୨୦୨୧----୧୦,୧୦ Sakhigopal News,15/7/2021