Breaking News

ସାକ୍ଷୀଗୋପାଳରେ ଓଡିଶା ବନ୍ଦର ପ୍ରଭାବ ପଡିଲାନାହିଁ

 ସାକ୍ଷୀଗୋପ।।ଳ ----- ସତ୍ୟବାଦୀରେ ଛଅ ଘଣ୍ଟିଆ ଓଡିଶା ବନ୍ଦର କୌଣସି ପ୍ରଭାବ ପଡି ନାହିଁ ।  ତୈଳଦର ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟର ୪ଟି ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ), ସିପିଆଇ( ଏମ ଏଲ) ଲିବରେସନ ଓ ଫରୱାର୍ଡ ବ୍ଳକ ପକ୍ଷରୁ ମିଳିତ ଭାବେ ସକାଳ ଛଅ ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ୬ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଥିଲା ।ଏହାକୁ ପଂଗ୍ରେସ ଓ ବିଭିନ୍ନ ଶ୍ରମ ସଂଗଠନ ସମର୍ଥନ କରିଥିଲେ ମଧ୍ୟ ସାକ୍ଷୀଗୋପାଳରେ ଏହାର କୌଣସି ପ୍ରଭାବ ପଡିନାହିଁ । ସବୁଦିନ ପରି ସକାଳୁ ବ୍ୟବସାୟୀ ପ୍ର୍‌ତିଷ୍ଠାନ, ବ୍ୟାଙ୍କ, ତେଳଟାଙ୍କି ସହ ୩୧୬ନଂ ଜାତୀୟ ରାଜପଥରେ ଗାଡି ମଟର ଯିବା ଆସିବା କରୁଥିବାର ଦେଖାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୭/୨୦୨୧---୯,୩୦ 

  Sakhigopal News , 15/7/2021

Blog Archive

Popular Posts