ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କଲେ ପରେ କାଟି ଦେଲେ ; ଅଭିଯୋଗ ଆଣିଲେ ମହିଳା
ସାକ୍ଷୀଗୋପାଳ---- ଜଣେ ସ୍ୱାମୀ ପରିତକ୍ତା ମହିଳାଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିଲା । ପଞ୍ଚାୟତ ସିରିଏଲ ନମ୍ବରରେ ତାଙ୍କର ନାମ ରହିଛି । ତାଙ୍କୁ ଘର କାମ ଆରମ୍ଭ କରିବା ପାଇଁ ଗ୍ରାମ ପଞ୍ଚାୟତ ଅଧିକାରୀ କହିବା ସହ କିଛି ହାତ ଗୁଞ୍ଜା ନେଇଥିବା ଅଳଗୁମ ପଞ୍ଚାୟତର ଖଣ୍ଡାୟତ ସାହିର ଅସହାୟ ମହିଳାଉଷାରାଣୀ ବିଶ୍ୱାଳ ଅଭିଯୋଗ ଆଣିଛନ୍ତି । ବ୍ଳକ କାର୍ଯ୍ୟାଳୟକୁ ଡକାଇ ଏକ ସାଧା ଧଳା କାଗଜରେ ଦସ୍ତଖତ କରାଇ ନେବା ସହ ତମର ଫନି ଟଙ୍କା କରାଯିବ ବୋଲି ପଞ୍ଚାୟତ ଅଧିକାରୀ କହିଥିଲେ ବୋଲି ମହିଳା ଜଣକ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଘର କାମ ହେବା ମାସକ ପରେ ମଧ୍ୟ ବି ଟଙ୍କା ନ ମିଳିବାରୁ ବାରମ୍ବାର ଅଭିଯୋଗ କରିବା ପରେ ଏବେ ଜାଣିବାକୁ ସେ ପାଇଥିଲେ ଯେ ତାଙ୍କ ନାମ ହିତାଧିକାରୀ ତାଲିକାରୁ କାଟ କରାଯାଇଛି । ଏ ସମ୍ପର୍କରେ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହନ୍ତି ତାଙ୍କୁ ଘର ଦିଆଯିବା ପାଇଁ ସ୍ଥିର କରାଯାଇଥିଲା । ମାତ୍ର ଉକ୍ତ ମହିଳା ଜଣଙ୍କ ନିଜେ ମୋ ଆଗରେ ଘର ଲିଷ୍ଟରୁ ବାଦ ଦେବାପାଇଁ ଜିଦ ଧରିବସି ରହିଥିଲେ । ତାଙ୍କର ପାରିବାରିକ କଳହ ରହିଛି ବୋଲି ବିଡିଓଙ୍କ ଅଗାରେ କହିବା ସହ ଲିଖିତ ଭାବେ ଦେଇଥିବା ଶ୍ରୀ ବେହେରା କହିଛନ୍ତି । ଏଣୁ ବାଧ୍ୟ ହୋଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ବାଦ କରାଯାଇଛି ବୋଲି ସେ କହନ୍ତି ଯଦି ତାଙ୍କ ନାମରେ ଜମି ରେକର୍ଡ ରହିଛି ସେ ଆଉଥିରେ ଦରଖାସ୍ତ ଦିଅନ୍ତୁ ଆବାସ ଯୋଜନା ଆସିଲେ ତାଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ବିଡିଓ କହନ୍ତି । ଅନ୍ୟ ପକ୍ଷେ ଅସହାୟ ମହିଳା ଉଷାରାଣୀ ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳ, ମହିଳା କମିଶନର ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବାସହ ନ୍ୟାୟ ପାଇବା ପାଇଁ ଆଇନର ଆଶ୍ରୟ ନେଉଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୬/୨୦୨୧----୯,୩୦====Sakhigopal News, 11/6/2021