ଦୁଗଲ ଟୀକା କରଣ କେନ୍ଦ୍ରରେ ଶତ ପ୍ରତିଶତ ଟୀକା କରଣ
ସାକ୍ଷୀଗୋପାଳ ------- ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଏବେ ଟୀକା କରଣ କେନ୍ଦ୍ର ବିଭିନ୍ନ ସ୍ଥାନରେ କରାଯାଉଛି । ମାତ୍ର ସଚେତନତା ଅଭାବରୁ ଟୀକା ନେବାକୁ ଲୋକମାନେ ଆସୁନାହାନ୍ତି । ସତ୍ୟବାଦୀ ବ୍ଳକର ଦୁଗଲ ଗ୍ରାମ ପଞ୍ଚାୟତର କଲ୍ୟାଣମଣ୍ଡପ ପରିସରରେ ଟୀକା କେନ୍ଦ୍ର କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ପ୍ରକାଶ ଖଟୋଇଙ୍କ ପ୍ରଚେଷ୍ଟା ଫଳରେ ଟୀକା କେନ୍ଦ୍ରରେ ଆଜି ଶତ ପ୍ରତିଶତ ଟୀକା କରଣ ହୋଇପାରିଛି । ସୁଚନାଯୋଗ୍ୟ ଯେ ଆଜି ବ୍ଳକ ପ୍ରଶାସନ ପକ୍ଷରୁ ୨ଶହ ଜଣଙ୍କୁ ଟୀକା କରଣ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୨୦ଜଣଙ୍କୁ ଟୀକା ପ୍ରଦାନ କରିବା ପାଇଁ ଟୀକା ଯୋଗାଇ ଦିଆଯାଇଥିଲା । ଏଠାରେ ଶତ ପ୍ରତିଶତ ଟୀକା କରଣ ହୋଇପାରିଛି । ବିଶେଷକରି ସ୍ଥାନୀୟ ସରପଞ୍ଚ ଜନ ସଚେତନତା ସୃଷ୍ଟି କରିବା ଓ ନିଜ ଗ୍ରାମରେ ଟୀକା ମିଳୁଥିବାରୁ ବୀରଗୋବିନ୍ଦପୁର, ଅଠେଇଶ, ଦୁଗଲ ଓ ପଞ୍ଚୁକେରା ଗ୍ରାମରୁ୧୨୦ ଜଣ ଟୀକା ନେଇଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ଅଧିକାରୀ ବନଲତା ଚିନ୍ନରା, ଆଶା ମଣି ବେହେରା ଓ ସ୍ୱାସ୍ଥ୍ୟ କର୍ମୀ ମାନେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୬/୨୦୨୧----=୯,୩୦ Sakhigopal News, 11/6/2021