ତୈଳ ଗ୍ୟାସ ଓ ପେଟ୍ରେଲ ଦର ହ୍ରାସ ପାଇଁ ଭଞ୍ଜନଗର ନିବାର୍ଚିତ ମଣ୍ଡଳୀର କଗ୍ରେଂସ ଦଳ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି
ଭଞ୍ଜନଗର- ସ୍ଥାନୀୟ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଭଞ୍ଜନଗର କଂଗ୍ରେସ କମିଟି ତରଫରୁ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରାଯାଇଥିଲା । ର୍କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପେଟ୍ରୋଲ, ଡ଼ିଜେଲ ଏବଂ ରନ୍ଧନ ଗ୍ୟାସର ବାରମ୍ବାର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଭଞ୍ଜନଗର ସହରରେ ଥିବା ୩ଟି ପେଟ୍ରୋଲ ପମ୍ପ ଠାରେ ଯୁବ ନେତା ପ୍ରଶାନ୍ତ କୁମାର ବିଷୋୟୀ ଓ ଦେବୀ ପ୍ରସାଦ ବିଷୋୟୀଙ୍କ ତତ୍ତ୍ୱାବଧାନରେ ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ କରାଯାଇଥିଲା । କରୋନାର ଦ୍ବିତୀୟ ଲହର ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡି ଥିବା ବେଳେ ବହୁ ଗରିବ ଶ୍ରେଣୀର ଲୋକମାନେ ରୋଜଗାର ହରାଇ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି । ସେମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇବା ବଦଳରେ ପେଟ୍ରୋଲ,ଡିଜେଲ, ଗ୍ୟାସ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି କେନ୍ଦ୍ର ଓ ରାଜ୍ୟ ସରକାର ନିଜର ମନମୁଖୀ ଶାସନକୁ ନିନ୍ଦା କରାଯାଇଛି । ଦର ବୃଦ୍ଧି ଉପରେ କୈଣସି ପ୍ରତିକାର କେନ୍ଦ୍ର ଓ ରାଜ୍ୟ ନ କରନ୍ତି ତାହା ହେଲେ ଆଗାମୀ ଦିନରେ ବଡ ଧରଣର ପ୍ରତିବାଦ କରାଯିବ ବେଲି ଯୁବ ନେତା ପ୍ରଶାନ୍ତ କୁମାର ବିଷୋୟୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଅଯୋଧାନାଥ ମହାପାତ୍ର , ଗିରିଜା ଶଙ୍କର ଭୂୟାଁ ,ବିକ୍ରମ ବିଷୋୟୀ,ରବି ନାରାୟଣ ନାୟକ,,ରବିନ୍ଦ୍ର ନାଥ ସାହୁ,କୃଷ୍ଣ ବେହେରା,ରବିନ୍ଦ୍ର ମଳିକ,ଜବାହାରଲାଲ ସାହୁ, ମଣ୍ଟୁ ପ୍ରଧାନ, ଲୋକନାଥ ସେଠି, ରଜନୀକାନ୍ତ ବିଶ୍ୱାଳ, ବାଲ୍ୟ କୁମାର ବେହେରା, ପିଣ୍ଟୁ ରାଉଳ, ରାଜେନ୍ଦ୍ର ନାୟକ, ଦୁର୍ଗା ପ୍ରସାଦ ତ୍ରିପାଠୀ, ରବୀନ୍ଦ୍ର କୁମାର ନାୟକ,ପପୁ ଓ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୧୧/୬/୨୦୨୧---୯,୪୦ Sakhigopal News,11/6/2021