Breaking News

ଗୋବର୍ଦ୍ଧନ ପୀଠ ସାନିଟାଇଜ କରିଲେ ଯୁବ ସମାଜସେବୀଗଣ



ପୁରୀ ---- ସମଗ୍ର ବିଶ୍ଵ କରୋନା ମହାମାରୀ ରେ ଯୁଝୁଥିବା ବେଳେ ଆଜି ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଆବାହମାନ କାଳରୁ ଜଡିତ ତଥା ହିନ୍ଦୁ ଧର୍ମର ଆସ୍ଥା ର ପ୍ରତୀକ ଗୋବର୍ଦ୍ଧନ ପୀଠ  କୁ ପୁରୀ ର ଯୁବ ସମାଜସେବୀ ମାନଙ୍କ ଉଦ୍ୟମ ରେ ସାନିଟାଇଜର କରାଯାଇଛି । ତତ୍ ସଙ୍ଗେ ପୁରୀ ର ଅନ୍ୟ ପ୍ରସିଦ୍ଧ ମନ୍ଦିର ଶ୍ୟାମ କାଳୀ ମନ୍ଦିର, ଅଷ୍ଟ ଶମ୍ଭୁ ମନ୍ଦିର ଏବଂ ବାଟ ଲୋକନାଥ ମନ୍ଦିର କୁ ମଧ୍ଯ ସାନିଟାଇଜର କରାଯାଇଛି । ଏହି କାର୍ଯ୍ୟ ରେ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ର ଛାତ୍ରୀ ନିହାରିକା ତ୍ରିପାଠୀ, ଯୁବ ସମାଜସେବୀ ସନ୍ତୋଷ ସେନାପତି, ଦେବେନ୍ଦ୍ର ସୁବୁଦ୍ଧି, ସୀତାରାମ ସେନାପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପୁରୀ ରୁ ଧୀରେନ୍ଦ୍ର ସେନାପତି, ୨/୬/୨୦୨୧ Sakhigopal News,2/6/2021

Blog Archive

Popular Posts