ଜଟଣୀ ନଗର କଂଗ୍ରେସ ତରଫରୁ ବିକ୍ଷୋଭ ପଦର୍ଶନ.
ଜଟଣୀ --ଓଡିଶା ପ୍ରଦେଶ କଂଗ୍ରେସ କମିଟି ଡ଼ାକରାରେ ଓ ଜଟଣୀ ର ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଙ୍କ ନିର୍ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଜଟଣୀ ନଗର କଂଗ୍ରେସ ତରଫରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନଗର ସଭାପତି ଶ୍ରୀ ଅଶୋକ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ସ୍ଥlନୀୟ ଜଟଣୀ ହରିଭାଇନା ଛକ ନିକଟସ୍ଥ ଜଟଣୀ ଫିଲିଙ୍ଗ ଷ୍ଟେସନ ସମ୍ମୁଖରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ମାନେ ଧାରଣାରେ ବସିଥିଲେ। ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର vat ଓ excise duty ରେ ପରିବର୍ତନ କରି ଦର ହ୍ରାସ କରିବା ପାଇଁ ଦାବି କରିଥିଲେ । ଯାହାଦ୍ୱାର ସାଧାରଣ ଜନତା ଏହାର ସୁଫଳ ପାଇପାରିବେ ।
ଏହି ପ୍ରତିବାଦ ସଭାରେ ପୂର୍ବତନ କାଉନସିଲର ନାଉସିର ଅଲ୍ଲୀ, ଜଟାଧାରୀ ପ୍ରଧାନ, ଲୁସେନ ରାୟ, ସରପଞ୍ଚ ସୁନୀଲ କୁମାର ରାଉତରାୟ, ଖୋର୍ଧା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୌମ୍ୟ ପଟନାୟକ, ଟାଉନ ମିଡ଼ିଆ ସେଲ ଅଧ୍ୟକ୍ଷ ଜିତେନ୍ଦ୍ରିୟ ରଥ, ଜିଲ୍ଲା ଓବିସି ସେଲ ଅଧ୍ୟକ୍ଷ କଳିଙ୍ଗ ସାହୁ, ସଂକେତ ପାଟଶାଣୀ, ରାକେଶ ଦାସ, ଭୁଜଂଗ ରାଓ, ଯୁବ କଂଗ୍ରେସ ନେତା କାଳନ୍ଦୀ ନାୟକ, ଛାତ୍ର କଂଗ୍ରେସ ନେତା ସୁବାସ ମହାପାତ୍ର, ଦୀପ୍ତ ସୁନ୍ଦର ବଳିୟାରସିଂ, ସୂର୍ଯ୍ୟକାନ୍ତ ବଳିୟାରସିଂ ସୌମ୍ୟ ଶ୍ରୀଚନ୍ଦନ, ସୁଧାକର ଜେନା, ଅସରର ହୁସେନ, ପ୍ରମୁଖ ଯୋଗଦେଇଥିଲେ ।
ଜଟଣୀ --ରଙ୍ଗନାଥ ବେହେରା ,୧୧/୬/୨୦୨୧ Sakhigopal News,11/6/2021