ଡେଲାଙ୍ଗରେ ୪୦ଟି ଗ୍ୟାସ ଟାଙ୍କି ଜବ୍ତ ; ଜଣେ ଗିରଫ
ଡେଲାଙ୍ଗ ---- ପିପିଲିରେ ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ସେତେ ସରଗରମ ହେବାରେ ଲାଗିଛି । ସୋମବାର ଦିନ ପିପିଲି ପୁଲିସ ୫୦ ଲକ୍ଷ ଟଙ୍କା ଦୁଇ ଜଣ ଯୁବକଙ୍କ ଠାରୁ ଜବତ କରିବାର ୨୪ ଘଣ୍ଟା ନ ହେବା ଆଗରୁ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢ଼େଇ,ବିଡିଓ ନିଲ୍ଳୀପ କୁମାର ଷଡଙ୍ଗୀ ଓ ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ମିଳିତ ଭାବେ ଡେଲାଙ୍ଗ ଗ୍ରାମ ଓ ଡେଲାଙ୍ଗ ହାଟ ବଜାରରେ ଚଡାଉ କରି ୪୦ଟି ଗ୍ୟାସ ଟାଙ୍କି ଜବତ କରାଯାଇଛି । ଏହି ଗ୍ୟାସ ଗୁଡିକ ଉପନିର୍ବାଚନରେ ବଣ୍ଟନ କରାଯିବା ପାଇଁ ରଖାଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ଜଣେ ଗିରଫ ହୋଇଥିବା ଡେଲାଙ୍ଗ ଆଇଆଇସି ଶ୍ରୀ ପଟ୍ଟନାକୟଙ୍କ ଠାରୁ ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୪/୨୦୨୧----୮,୩୫