ପୁରୀ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ;ଐତିହ୍ୟ ସୁଆଣ୍ଡୋ ଗ୍ରାମକୁ ପାନୀୟ ଜଳ ଯୋଗାଣ ଆରମ୍ଭ
ସାକ୍ଷୀଗୋପାଳ---- ବିଭିନ୍ନ ଖବର କାଗଜ ଓ ସାକ୍ଷୀଗୋପାଳ ନିଉଜ ସୋସିଆଲ ମିଡିଆରେ ଖବର ପ୍ରକାଶିତ ହେବା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ ପରେ ସୁଆଣ୍ଡୋ ଗ୍ରାମକୁ ଏକମାସ ଧରି ବନ୍ଦ ରହିଥିବା ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଛି । ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମକୁ ରାଜ୍ୟ ସରକାର ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିବା ସହ ଅର୍ଥ ମଞ୍ଜୁର କରିଛନ୍ତି । ଏହି ଗ୍ରାମର ଉନ୍ନତି ପାଇଁ ସମସ୍ତ ପ୍ରକାରର ବ୍ଳୁପ୍ରିଣ୍ଟ ପ୍ରସ୍ତୁତି ସରିଛି । ଏହି ଗ୍ରାମକୁ ଯୋଗାଇ ଦିଆଯାଇଥିବା ପାନୀୟ ଜଳ ଯୋଗାଣ ଏକ ମାସ ଧରି ବନ୍ଦ ରହିଥିଲା । ଗ୍ରାମବାସୀ ମାନେ ସତ୍ୟବାଦୀ ପାନୀୟ ଜଳ ଯୋଗାଣ ଓ ଆର, ଆଣ୍ଡ, ବି ବିଭାଗର ଜେଇ , ଠିକାଦାରଙ୍କୁ ତୁରନ୍ତ କାମ ସାରି ପାନୀୟ ଜଳ ଯୋଗାଣ ପାଇଁ ନିବଦେନ କରିଥିଲେ । ମାତ୍ର ବିଭାଗୀୟ ଅଧିକାରୀ ମାନେ ଗ୍ରାମାବାସୀଙ୍କ କଥାକୁ ଶୁଣିନଥିଲେ । ଏ ସମ୍ପର୍କରେ ମାର୍ଚ୍ଚ ମାସ ୨ ତାରିଖରେ ଐତିହ୍ୟ ଗ୍ରାମକୁ ପାନୀୟ ଜଳ ଯୋଗାଣ ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶିତ ହେବା ପରେ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସଙ୍ଗେ ସଙ୍ଗେ ପୁରୀ ପାନୀୟ ଜଳ ଯୋଗାଣ ନିର୍ବାହୀଯନ୍ତ୍ରୀଙ୍କୁ ଡକାଇ ଏକ ଆଲେଚନା କରିଥିଲେ । ଏବଂ ନିର୍ଦ୍ଦେଶ ଦେଇଥିଲେ ଯୁଦ୍ଧକାଳୀନ ମଧ୍ୟରେ ଉକ୍ତ ଗ୍ରାମକୁ ପାନୀୟ ଜଳ ଯେ।।ଗଣ ପାଇଁ । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ସୁଆଣ୍ଡୋ ଗ୍ରାମକୁ ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଇଛି । ସେହିପରି ଆରଆଣ୍ଡବି ବିଭାଗ ପକ୍ଷରୁ ଅବହେଳା କରାଯାଇଥିବା ରାସ୍ତା କାମ ଏବେ ମଧ୍ୟ କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥିଯୋଗୁ ସୁଆଣ୍ଡୋ ଗ୍ରାମବାସୀ ମାନେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସାଧୁବାଦ ଜଣାଇଛନ୍ତି । ମାତ୍ର ଆରଆଣ୍ଡବି ବିଭାଗର ଅଧିକାରୀ ମାନଙ୍କ ଉପରେ ସ୍ଥାନୀୟ ଅଞ୍ଚଳବାସୀଙ୍କର ରାସ୍ତା କାମ ସଠିକ ଓ ବର୍ଷା ଦିନ ଆଗରୁ ସରିବ ବୋଲି ଭରଷା ପାଉନାହିଁ । ତୁରନ୍ତ ଏ ଦିଗପ୍ରତି ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୩/୨୦୨୧----୪,୨୦