ଜଟଣୀ ପ୍ରେସକ୍ଲବର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ
ଜଟଣୀ----- ଜଟଣୀ ପ୍ରେସକ୍ଲବର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ରାମଚନ୍ଦ୍ରପୁରସ୍ଥିତ ପ୍ରେସଛକ ସାମ୍ବାଦିକ ଭବନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାଧାରଣ ସଭାରେ ଜଟଣୀ ପ୍ରେସକ୍ଲବର ଉନ୍ନତିମୂଳକ କାର୍ଯ୍ୟଲାଗି ଯୋଜନା ଏବଂ ସାମ୍ବାଦିକମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏହା ବ୍ୟତିତ ଅନେକ ସମୟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ରହିଥିବା ଅବହେଳିତ ଲୋକମାନଙ୍କ ସମସ୍ୟା ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଥିବା ବେଳେ ସେମାନଙ୍କ ନିକଟତର ହୋଇ ସମସ୍ୟାଗୁଡିକୁ ପ୍ରଶାସନ ନିକଟରେ ଉପସ୍ଥାପନ କରିବାକୁ ସମସ୍ତ ସାମ୍ବାଦିକମାନେ ସଂକଳ୍ପବଦ୍ଧ ହୋଇଥିଲେ । କ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟଙ୍କ ତତ୍ୱାବଧାନରେ ନୂତନ କର୍ମକର୍ତା ଚୟନ କରାଯାଇଥିଲା । ଏଥିରେ ପ୍ରେସକ୍ଲବର ନୂତନ ସଭାପତିଭାବେ ସାମ୍ବାଦିକ ମହମ୍ମଦ ଇସମାଇଲ ଅଲୀ,ଉପସଭାପତିଭାବେ ସାମ୍ବାଦିକ ବିଶ୍ୱଜିତ ସାମନ୍ତରାୟ ଓ ଶୁଭେନ୍ଦ୍ର ଶତପଥୀ,ସମ୍ପାଦକଭାବେ ସାମ୍ବାଦିକ ହୃଦାନନ୍ଦ କୋଦମାସିଂହ, ସହସମ୍ପାଦକଭାବେ ସାମ୍ବାଦିକ ପ୍ରଦୀପ୍ତ କୁମାର ମାର୍ଥା, କୋଷାଧ୍ୟକ୍ଷଭାବେ ସାମ୍ବାଦିକ ଦେବପ୍ରସାଦ ଦାଶ, ଇଭେଣ୍ଟ ସମ୍ପାଦକଭାବେ ସାମ୍ବାଦିକ ସୁବ୍ରତ କୁମାର ନାୟକ ଏବଂ ସଂଗଠନ ସମ୍ପାଦକଭାବେ ସାମ୍ବାଦିକ ରଙ୍ଗନାଥ ବେହେରା ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏନେଇ ସଂଘର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ ନିର୍ବାଚନ ଅଧିକାରୀଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଏଥି ସହିତ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶପଥପାଠ କରାଇଥିଲେ । ପ୍ରେସକ୍ଲବର ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ରହିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରା, ୭/୩/୨୦୨୧----୪,୧୫